ଓଁକାରଂ ବିନ୍ଦୁ ବିନ୍ଦୁସଂଯୁକ୍ତମ୍ କାହାଣୀ

Print Friendly, PDF & Email
ଓଁକାରଂ ବିନ୍ଦୁ ବିନ୍ଦୁସଂଯୁକ୍ତମ୍ କାହାଣୀ

କ୍ରିଷ୍ଣାବର୍ତ୍ତ ନାମକ ସ୍ଥାନରେ ଜୟଦେବ ନାମକ ବାଳକଟିଏ ବାସ କରୁଥିଲା। ସେ ଜଣେ ଦୁର୍ବଳ, କ୍ଷୀଣକାୟ ଓ ରୋଗୀଣା ପିଲା ଥିଲା। ଯେହେତୁ ସେ ତା ପିତା, ମାତାଙ୍କର ଏକମାତ୍ର ସନ୍ତାନ ଥିଲା, ତାର ସ୍ବାସ୍ଥ୍ୟ ଉନ୍ନତି ନିମନ୍ତେ ତାର ପିତା ସବୁପ୍ରକାର ଉଦ୍ୟମ କରିଥିଲେ, କିନ୍ତୁ ସବୁ ବୃଥା ହେଲା। ଖରାପ ସ୍ୱାସ୍ଥ୍ୟ ଯୋଗୁଁ ବାଳକଟି ପାଠ ପଢା ବା ଅନ୍ୟ କୌଣସି କାର୍ଯ୍ୟରେ ଉନ୍ନତି କରି ପାରୁ ନଥିଲା।

ବର୍ତ୍ତମାନ ଜୟଦେବ ବଡ ହୋଇ ଦଶବର୍ଷର ହୋଇଯାଇଥିଲା। ସେ ବିଦ୍ୟାଳୟ ଯିବା ଆରମ୍ଭ କଲା, କିନ୍ତୁ ବିଭିନ୍ନ ରୋଗ ଯୋଗୁଁ ସେ ଅନେକ ଦିନ ପର୍ଯ୍ୟନ୍ତ ଅନୁପସ୍ଥିତ ରହୁଥିଲା। ଦିନେ ପୂର୍ଣ୍ଣିମା ପଡ଼ିଥିଲା ଓ ଥିଲା ପୁଣି ଗୁରୁ ପୂର୍ଣ୍ଣିମା। ଜୟଦେବ ନଦୀକୁ ସ୍ନାନ କରିବା ନିମନ୍ତେ ଗଲା। ସେଠାର ସେ ନଦୀ କୂଳରେ ବସିଥିବା ଏକ ୠଷିପ୍ରତିମ ବ୍ୟକ୍ତିଙ୍କୁ ଦେଖିଲା। ସେ ଉଚ୍ଚ ସ୍ଵରରେ ଓଁ ଉଚ୍ଚାରଣ କରୁଥିଲେ।

ସେ ବ୍ୟକ୍ତିଙ୍କ ସାଧୁତାରେ ଆକର୍ଷିତ ହୋଇ ଜୟଦେବ ତାଙ୍କ ନିକଟକୁ ଗଲା। ଜୟଦେବ ତାଙ୍କୁ “ସେ କ’ଣ ଉଚ୍ଚାରଣ କରୁଛନ୍ତି ଓ ତା ଦ୍ଵାରା ଲାଭ କ’ଣ” ବୋଲି ପଚାରିଲା। ସାଧୁ ଉତ୍ତର ଦେଲେ ଯେ ଏହା ମନ୍ତ୍ର ମାନଙ୍କ ରାଜା, ଓଁ କାର। ଏହାକୁ ଉଚ୍ଚାରଣ କଲେ ଅନେକ ଉପକାର ମିଳେ। ଜୟଦେବ ଓଁ ଉଚ୍ଚାରଣ କରିବାର ସଠିକ୍ ପଦ୍ଧତି ଶିକ୍ଷା କଲା ଏବଂ ନିୟମିତ ଭାବେ ଉଚ୍ଚାରଣ କରିବା ଆରମ୍ଭ କଲା।

ଏହାର ପରିଣତିରେ ସେ ଅତିଶିଘ୍ର ତାର ସ୍ୱାସ୍ଥ୍ୟ ଫେରିପାଇଲା କାରଣ ଏହା ତା’ର ଶ୍ୱାସକ୍ରିୟା ଓ ରକ୍ତ ସଞ୍ଚାଳନକୁ ଉନ୍ନତ କରିପାରିଲା। ଏହା ଜୟଦେବର ମନକୁ ମଧ୍ୟ ସ୍ଥିରତା ପ୍ରଦାନ କଲା। ଖୁବ୍ ଶୀଘ୍ର ଜୟଦେବ ତାର ପଢ଼ାପଢ଼ି ଓ ଖେଳକୁଦରେ ମଧ୍ୟ ମନୋନିବେଶ କଲା। ସେ ଜଣେ ସ୍ୱାସ୍ଥ୍ୟବାନ ଓ ଚତୁର ବାଳକରେ ପରିଣତ ହେଲା। ଏବେ ସେ ତା’ର ଶିକ୍ଷା ସମାପ୍ତ କଲା ଓ ଯୁବାବସ୍ଥାରେ ଉପନୀତ ହେଲା, ତଥାପି ସେ ଓଁ ଉଚ୍ଚାରଣ କରିବା ଜାରି ରଖିଲା। ତା’ର ଜୀବନ ସଫଳତା ଓ ଆନନ୍ଦରେ ପରିପର୍ଣ୍ଣ ହୋଇଗଲା।

ଜୟଦେବର ବୃଦ୍ଧାବସ୍ଥା ଆସିଲା। ଦିନେ ଶରୀର ତ୍ୟାଗ କରିବା ସମୟ ଉପନୀତ ହେଲା। ଜୟଦେବ ବସିପଡ଼ି ଉଚ୍ଚ ସ୍ଵରରେ ଓଁ ଉଚ୍ଚାରଣ କଲା। ସେ ତା’ର ନଶ୍ୱର ଶରୀରକୁ ତ୍ୟାଗ କରି ଓଁ ରେ ଲୀନ ହୋଇଗଲା ଯେଉଁଠୁ ସେ ଆସିଥିଲା। ଏହିପରି, ଓଁକାର ଉଚ୍ଚାରଣ ଜୟଦେବକୁ କେବଳ ସଂସାରିକ ଆନନ୍ଦ ନୁହେଁ ମୁକ୍ତି ମଧ୍ୟ ପ୍ରଦାନ କଲା।

[Illustrations: Priyadarshnee, Sri Sathya Sai Balvikas Student]
[Source: Sri Sathya Sai Balvikas Guru Handbook Group I]

Leave a Reply

Your email address will not be published. Required fields are marked *

error: