ଗୁରୁବ୍ରହ୍ମା ଶ୍ଳୋକ:କାର୍ଯ୍ୟ

Print Friendly, PDF & Email
ଗୁରୁବ୍ରହ୍ମା ଶ୍ଳୋକ:କାର୍ଯ୍ୟ
କାର୍ଯ୍ୟାବଳୀର ଉଦ୍ଦେଶ୍ୟ

ଗ୍ରୁପ ୧ର ବାଳବିକାଶ ପିଲାଙ୍କ ସୃଷ୍ଠି, ସ୍ଥିତି ଓ ଲୟର ପ୍ରତିନିଧତ୍ଵ କରୁଥିବା ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ସମ୍ବନ୍ଧରେ ବାଳବିକାଶ ଗ୍ରୁପ- ୧ ପିଲାମାନଙ୍କୁ ଧାରଣ ଦେବା।

ଆବଶ୍ୟକୀୟ ସାମଗ୍ରୀ

କୁଣ୍ଡ ବା ବୃକ୍ଷରୋପଣ କରାଯାଇପାରୁଥିବା ଏକ ପାତ୍ର- ଚିନାମାଟି ବା ମାଟି ବା ଟିଣ ପାତ୍ର, ଖତ କିଛି ମାଣ୍ଡିଆ, ସୋରିଷ, ମଞ୍ଜି ଇତ୍ୟାଦି।

ପ୍ରଣାଳୀ
  1. ଶ୍ରେଣୀର ପିଲାସଂଖ୍ୟା ଅନୁଯାୟୀ ସେମାନଙ୍କୁ ତିନୋଟି ବା ଚାରୋଟି ଦଳରେ ବିଭକ୍ତ କରନ୍ତୁ।
  2. ପ୍ରତ୍ୟେକ ଦଳକୁ ଏକ କୁଣ୍ଡ ବା ପାତ୍ର ଦିଅନ୍ତୁ।
  3. ପ୍ରତ୍ୟେକ ଦଳକୁ ତାଙ୍କ କୁଣ୍ଡ ବା ପାତ୍ରକୁ ଚିହ୍ନିତ କରିବାକୁ କୁହନ୍ତୁ। ତାଙ୍କ ଦଳର ନାମ ଓ ମଞ୍ଜି ନାମ ଲେଖିବାକୁ ସେମାନଙ୍କୁ କୁହନ୍ତୁ।
  4. ପ୍ରତ୍ୟେକ ଦଳକୁ ତାଙ୍କ କୁଣ୍ଡ/ ପାତ୍ରକୁ ମିଶ୍ରିତ ସାର ଖତରେ ପୂର୍ଣ୍ଣ କରିବାକୁ କୁହନ୍ତୁ।
  5. ମଞ୍ଜି ବୁଣିବା ପୂର୍ବରୁ ଖତରେ ପାଣି ଦେବାକୁ କୁହନ୍ତୁ।
  6. ଭିନ୍ନ ଭିନ୍ନ ପ୍ରକାରର ମଞ୍ଜିର ଆକାର ଆୟତନ ଓ ରଙ୍ଗ ଇତ୍ୟାଦିକୁ ଧ୍ୟାନଦେଇ ଦେଖିବାକୁ ସେମାନଙ୍କୁ କୁହନ୍ତୁ।
  7. ବୀଜ ଅଙ୍କୁରୋଦଗମ ହୋଇ ସୁନ୍ଦର ଗଛରେ ପରିଣତ ହେବା ନିମନ୍ତେ ସେମାନଙ୍କୁ ଯାହା ଯାହା କରିବାକୁ ହେବ ସେ ବିଷୟରେ ସେମାନଙ୍କ ସହ ଆଲୋଚନା କରନ୍ତୁ।
  8. ପ୍ରତ୍ୟେକ ଦଳକୁ ତାଙ୍କ ମଞ୍ଜି ସଂଖ୍ୟା ରଖିବାକୁ କୁହନ୍ତୁ ଓ କୁଣ୍ଡରେ ପାଣି ଛିଞ୍ଚିବାକୁ କୁହନ୍ତୁ।
  9. ପ୍ରତ୍ୟେକ ଦଳକୁ ତାଙ୍କର କୁଣ୍ଡକୁ ଝରକା ପାଖରେ ବା ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ପଡୁଥିବା ସ୍ଥାନରେ ରଖିବାକୁ କୁହନ୍ତୁ।
  10. ପ୍ରତ୍ୟେକ ଦଳର ଜଣେ ଜଣେ ପିଲାକୁ କ୍ରମାନୁଯାୟୀ ଗଛର ଦେଖାଶୁଣା କରିବା, ଆବଶ୍ୟକ ଅନୁଯାୟୀ ଜଳ ସିଞ୍ଚନ କରିବା ଓ ଗଛ ଉପରେ ଅଧିକ ବା କମ୍ ସୂର୍ଯ୍ୟାଲୋକ ପଡୁଛି କି ନାହିଁ, ତଦାରଖ ରଖିବାର ଦାୟିତ୍ୱ ଦିଅନ୍ତୁ।
  11. ସମ୍ପୂର୍ଣ ପ୍ରକ୍ରିୟାରେ ଗୁରୁମାନେ ତାଙ୍କର ମାର୍ଗଦର୍ଶନ କରିବେ। ଘାସ ବଛା ବାବଦରେ କୁହନ୍ତୁ ଓ ସାବଧାନତାର ସହ କିପରି ଟିକି ଟିକି ଗଛ ମୂଳରୁ ବାଳୁଙ୍ଗା ଉପାଡ଼ିବା ପାଇଁ ସେମାନଙ୍କୁ ପରାମର୍ଶ ଦିଅନ୍ତୁ।
  12. ବୃକ୍ଷର କ୍ରମବିକାଶର ଭିନ୍ନ ଭିନ୍ନ ସୋପାନ ସମ୍ବନ୍ଧରେ ଶ୍ରେଣୀରେ ଆଲୋଚନା କରନ୍ତୁ।
  13. ଅଳ୍ପ ଦିନ ଭିତରେ ବୀଜ ଅଙ୍କୁରୋଦ୍ଗମ ହେବା ପିଲାମାନେ ଲକ୍ଷ୍ୟ କରିପାରିବେ ଓ ସପ୍ତାହେ ଖଣ୍ଡେ ଭିତରେ ଛୋଟ ଛୋଟ ଚାରା ଗଛ ବାହାରିବାର ଦୃଶ୍ୟ ଦେଖି ସେମାନେ ଉଲ୍ଲସିତ ହେବେ।
  14. ଦଳଗୁଡିକୁ ଏହି କାର୍ଯ୍ୟଧାରା ସମ୍ବନ୍ଧରେ ତାଙ୍କ ମତ ଦେବାକୁ କୁହନ୍ତୁ, କିପରି ଓ କାହିଁକି ସେମାନେ ଏହି କାର୍ଯ୍ୟକୁ ଉପଭୋଗ କଲେ। ମଞିରୁ ଗଛ ହେବା, ନିୟମିତ ଯତ୍ନ ଫଳରେ ଗଛ ବଢିବା ଏବଂ ଅନାବଶ୍ୟକ ବାଳୁଙ୍ଗା ଆଦିକୁ କୁଣ୍ଡରୁ ବାହାର କରିଦେବା ଆଦି ପ୍ରକ୍ରିୟା ସହ ଜଡିତ ହୋଇଥିବାରୁ ସେମାନେ କିପରି ଅନୁଭବ କରିଲେ, ଏହା ସେମାନଙ୍କୁ ପଚାରନ୍ତୁ।

Seed

Sand

Plant

ନିଷ୍କର୍ଷ

ଏହି ଆଲୋଚନା ପରେ ଗୁରୁମାନଙ୍କୁ ପରାମର୍ଶ ଦିଆ ଯାଉଛି ଯେ ଗୁରୁ କିଭଳି ଭାବରେ ସୃଷ୍ଟିକର୍ତ୍ତା ବ୍ରହ୍ମା, ପାଳନକର୍ତ୍ତା ବିଷ୍ଣୁ ଓ ସଂହାରକର୍ତ୍ତା ଶିବଙ୍କ ପରି ଆମ ମଧ୍ୟରେ ଥିବା ନକାରାତ୍ମକ ଗୁଣର ବିନାଶ କରନ୍ତି, ସେ ବିଷୟରେ ଆଲୋଚନା କରିବେ । ସୃଷ୍ଟି, ସ୍ଥିତି ଓ ଲୟର ସଂପୂର୍ଣ୍ଣ ପ୍ରକ୍ରିୟା ଆମର ଭଲ ପାଇଁ ଉଦ୍ଧିଷ୍ଟ, ଆମକୁ ସୁ – ମନୁଷ୍ୟ ଭାବେ ବିକଶିତ କରିବାରେ ନିହାଣର ସ୍ପର୍ଶ ଗୁରୁଙ୍କ ଦ୍ଵାରା ହିଁ ପ୍ରଦାନ କରାଯାଇଥାଏ।

Leave a Reply

Your email address will not be published. Required fields are marked *

error: