ତୁଳସୀଦାସଙ୍କ କାହାଣୀ
Twameva Sarvam
Explanation:
ତାଙ୍କର ସର୍ବବ୍ୟାପକତା ଓ ମହତ୍ତ୍ଵକୁ ହୃଦୟଙ୍ଗମ କର ଏବଂ ନିଜର ଅପୂର୍ଣ୍ଣତାକୁ ବୁଝି, ତାଙ୍କରି ମହିମାରେ ମହିମାନ୍ଵିତ ହେବା ନିମନ୍ତେ ନିଜର ଅହମ୍ କୁ ସମର୍ପଣ କର । ସାଧକର ମାନସିକ ପ୍ରବୃତ୍ତି ହେବା ଉଚିତ୍-“ତ୍ୱମେବ ସର୍ବମ୍ ମମ ଦେବ ଦେବ”। “ହେମୋର ଦେବାଧିଦେବ, ତୁମେ ହିଁ ମୋର ସବୁକିଛି।”
“ତୁଳସୀଦାସଙ୍କ କାହାଣୀ
ଏହା ପ୍ରସିଦ୍ଧ ସନ୍ଥକବି ତୁଳସୀ ଦାସଙ୍କ କାହାଣୀ। ସେ ଏକ ଅନାଥ ଶିଶୁ ଥିଲେ। ସେ ତାଙ୍କ ମାମୁଁଙ୍କ ଦ୍ବାରା ପାଳିତ ହେଉଥିଲେ। ଯେତେବେଳେ ସେ ତାଙ୍କ ମାମୁଁଙ୍କୁ ତାଙ୍କ ପିତା ମାତାଙ୍କ ସମ୍ବନ୍ଧରେ ପଚାରୁଥିଲେ, ସେ ପିଲାଟିକୁ ସବୁବେଳେ କହୁଥିଲେ (ସେତେବେଳେ ସେ ତାଙ୍କୁ ମୁନା ଡାକୁଥିଲେ) ଯେ ତା’ର ପିତାମାତା ହେଉଛନ୍ତି ରାମଜୀ (ପ୍ରଭୁ ଶ୍ରୀରାମ)। ମୁନା ଟିକେ ବଡ଼ ହେଲା ପରେ, ଜାଣିପାରିଲେ ଯେ ପିତାମାତା ସବୁବେଳେ ପିଲାସହ ରହିଥାନ୍ତି, ଅଲଗା ନୁହେଁ। ସେ ଆଶ୍ଚର୍ଯ୍ୟ ହେଲେ ଯେ ତାଙ୍କ ପିତାମାତା ଯିଏ କି ରାମଜୀ’ ସେ କିପରି ତାଙ୍କୁ ଏକୁଟିଆ ଛାଡ଼ି ମନ୍ଦିରରେ ଲୋକମାନଙ୍କ ଗହଣରେ ଏତେ ଆଡ଼ମ୍ବର ଓ ଜାକଜକମରେ ରହୁଛନ୍ତି? ଯେହେତୁ ତୁଳସୀଦାସ ନିରୀହ ଥିଲେ, ସେ ତାଙ୍କ ମାମୁଁଙ୍କ କଥାକୁ ସତ ବୋଲି ଭାବିଥିଲେ।
ଦିନେ, ରାତିରେ ସେ ମନ୍ଦିର ଝରକା ବାଟେ ଗଳିଯାଇ ଶ୍ରୀରାମ ବିଗ୍ରହ ନିକଟରେ ପହଞ୍ଚିଗଲେ। ସେ କ୍ଷୁଧାର୍ତ୍ତ ଓ ତୃଷାର୍ତ୍ତ ଥିଲେ। ତେଣୁ ସେ କାନ୍ଦି କାନ୍ଦି ଖାଦ୍ୟ ମାଗିଲେ। ପ୍ରଭୁ ଶ୍ରୀରାମ ଯେ ତାଙ୍କର ପ୍ରକୃତ ପିତାମାତା, ତୁଳସୀଦାସଙ୍କର ଏ ବିଷୟରେ ସନ୍ଦେହ ନ ଥିଲା। ତେଣୁ ସେ ଶ୍ରୀରାମଙ୍କୁ ପଚାରିଲେ ଯେ ତାଙ୍କ ସନ୍ତାନର ଯତ୍ନ ନ ନେଇ ସେ କାହିଁକି ଏକୁଟିଆ ରହୁଛନ୍ତି, କିନ୍ତୁ ଶ୍ରୀରାମ କିଛି ଉତ୍ତର ଦେଲେ ନାହିଁ।
ତୁଳସୀଦାସ ଯେହେତୁ ପ୍ରକୃତରେ ବିଶ୍ୱାସ କରୁଥିଲେ ଯେ ପିଲାଟି ତା ପିତାମାତାଙ୍କ ସହ ରହିବା ଉଚିତ୍, ତେଣୁ ସେ ବିଗ୍ରହକୁ ତାଙ୍କ ଘରକୁ ନେଇଯିବାକୁ ଭାବିଲେ। ସେ ବିଗ୍ରହ ନେଇଯାଉଥିବା ବେଳେ, ପୂଜକମାନେ ଶବ୍ଦଶୁଣି ନିଦରୁ ଉଠିଗଲେ। ସେମାନେ ତୁଳସୀଦାସଙ୍କୁ ରହିଯିବା ପାଇଁ କହିଲେ, କିନ୍ତୁ ସେ ଉତ୍ତରଦେଲେ ଯେ ସେ ତାଙ୍କ ପିତାମାତାଙ୍କୁ ଘରକୁ ନେଇଯାଉଛନ୍ତି ଓ ପୂଜକମାନଙ୍କର ତାଙ୍କ ରାମଜୀଙ୍କୁ ମନ୍ଦିରରେ ରଖିବାରେ କୌଣସି ଅଧିକାର ନାହିଁ।
ପୂଜକମାନେ ତା’ର ଅନୁସରଣ କଲେ ଏବଂ ତୁଳସୀଦାସ ଯେତେ ଜୋରରେ ପାରିଲେ ସେତେ ଜୋରରେ ଦୌଡ଼ିଲେ। ଏହିପରି ଦୌଡ଼ିଲା ବେଳେ ସେ ତୁଳସୀ ବଗିଚାରେ ପଡ଼ିଯାଇ ଚେତାଶୁନ୍ୟ ହୋଇଗଲେ। ସଦୟ ପ୍ରଭୁ ପିଲାଟିର ପ୍ରେମ ଓ ନିଷ୍ଠାରେ ବିଗଳିତ ହେଲେ। ପ୍ରଭୁଙ୍କ କୃପାରୁ ରାମାନନ୍ଦ ନାମକ ଜଣେ ସନ୍ଥ ସେଠାରେ ପହଞ୍ଚିଲେ ଓ ପିଲାଟିକୁ ତଳୁ ଉଠାଇ ଆଶ୍ୱାସନା ଦେଲେ।
ଯେହେତୁ ସେ ପିଲାଟିକୁ ତୁଳସୀ ବଗିଚାରେ ପାଇଲେ, ସେ ତାଙ୍କୁ ତୁଳସୀଦାସ ନାମରେ ନାମିତ କଲେ।
ସେହିଦିନ ସନ୍ଥ ରାମାନନ୍ଦ ପିଲାଟିକୁ କହିଲେ ଯେ ତାଙ୍କୁ ରାମଜୀ ପଠାଇଛନ୍ତି , ଯିଏ ତାର ପିତା ମାତା। ସେହିଦିନଠାରୁ ସେ ତୁଳସୀଦାସ ନାମରେ ନାମିତ ହେଲେ। ସନ୍ଥ ରାମାନନ୍ଦ କେବଳ ପିଲାଟିର ଯତ୍ନ ନେଲେ ନାହିଁ, ତାକୁ ଶିକ୍ଷିତ କଲେ ଓ ପିଲାଟିର ମନ ଏବଂ ହୃଦୟରେ ଭକ୍ତିର ବୀଜବପନ କଲେ।
ଭଗବାନ ହିଁ କେବଳ ଆମର ମାତା, ପିତା, ଗୁରୁ, ବନ୍ଧୁ, ମାର୍ଗଦର୍ଶକ ଓ ସର୍ବସମ୍ପଦ। ଆମେ ତାଙ୍କୁ ଚାହିଁଲେ ସେ ଆମକୁ ଚାହିଁବେ ।
[Illustrations by Smt. Uma Manikandan]
[Source: Sri Sathya Sai Balvikas Guru Handbook for Group I, First Year]