ସ୍ୱାମୀ-ତ୍ରିଦେବଙ୍କ ଅବତାର
ମହାଶୀବରାତ୍ରୀ ଗୁରୁବାର ମାର୍ଚ୍ଚ ସାତ ତାରିଖ ୧୯୭୮ ମସିହାରେ ପଡୁଥାଏ। ଏହି ପବିତ୍ର ଦିନରେ ସ୍ୱାମୀ କେଉଁଠାରେ ରହିବେ ବୋଲି ଭକ୍ତମାନେ ଚିନ୍ତା କରୁଥିବା ଅବସରରେ। ସେ ମାର୍ଚ୍ଚ ୪ ତାରିଖ ବଡ଼ି ସକାଳୁ ଛାତ୍ର ଓ ଭକ୍ତଙ୍କର ଏକ ଛୋଟ ଦଳ ସହ ଉଟିକୁ ଚାଲି ଯାଇଥିଲେ। ସେ ୭ ତାରିଖ ଦିନ ଉଟିରୁ ବାହାରିଲେ ଏବଂ ମହୀଶୂର ରାସ୍ତାରେ ପଡ଼ୁଥିବା ମୁଦୁମଲାଇ ଜଙ୍ଗଲ, ଅଭି ମୁଖେ ଯାତ୍ରା କଲେ। ସେ ଜଙ୍ଗଲ ମଧ୍ୟସ୍ଥ ଏକ ଛୋଟ ପାହାଡ଼ ଉପରେ ଥିବା ଯାତ୍ରୀନିବାସରେ ଅଟକିଲେ।
ଜଳଖିଆ ପରେ ବାବା ଯାତ୍ରୀନିବାସ ସମ୍ମୁଖରେ ଥିବା ଏକ ସୁନ୍ଦର ତୃଣବହୁଳ କ୍ଷେତ୍ର ଆଡ଼କୁ ଚାଲିଲେ ଏବଂ ସେଠାରେ ଦଳର ସମସ୍ତଙ୍କ ସହ ଫଟୋ ଉଠାଇଲେ। ଫଟୋ ଉଠାଇବା ପାଇଁ ଜଣେ ଛାତ୍ର ଗୋଟିଏ ପୋଲାରଏଡ଼ କ୍ୟାମେରା ବ୍ୟବହାର କରୁଥିଲା। ଫଟୋଚିତ୍ର ଗୁଡ଼ିକ ସେଠାରେ ଥିବା ସଦସ୍ୟମାନଙ୍କୁ ସଙ୍ଗେସଙ୍ଗେ ଦିଆ ଯାଉଥିଲା। ଶେଷରେ ବାବା ପିଲାଟିକୁ ତାଙ୍କ ଫଟୋ ଉଠାଇବାକୁ କହିଲେ।
ତାଙ୍କର କମଳାରଙ୍ଗର ପୋଷାକର ନିମ୍ନଅଂଶ ଏକ ବୁଦା ଡାଳରେ ଲାଖି ଯାଇଥିଲା। କ୍ୟାମେରା ବୋତାମ ଟିପିଯିବା ପୂର୍ବରୁ ଶ୍ରୀମତୀ ରତନଲାଲ ପୋଷାକର ଭାଙ୍ଗକୁ ସଜାଡ଼ି ଦେବା ପାଇଁ ଆଗେଇ ଆସିଲେ। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଭଗବାନ ଯେତେବେଳେ ତାଙ୍କୁ ଉଚ୍ଚସ୍ୱରରେ ପାଟି କରି କହିଲେ, ‘ମୋତେ ସ୍ପର୍ଶ କରନାହିଁ’ ଏବଂ ସେ ତୁରନ୍ତ ଫେରିଗଲେ। କ୍ୟାମେରାରେ ଫଟୋ ଉତ୍ତୋଳନ ପରେ କ୍ୟାମେରାରୁ ବାହାରିଥିବା ଫଟୋଚିତ୍ରକୁ ବାବା ନେଇ ଯୋଗା ରାଓଙ୍କୁ ଦେଲେ। ସେ ତାଙ୍କ ପାପୁଲିରେ ଏହାକୁ ଧରିଥିବା ସମୟରେ ଧୀରେଧୀରେ ଚିତ୍ରଟି ବିକଶିତ ହେଲା। କିନ୍ତୁ ସେ କ’ଣ ଦେଖୁଛନ୍ତି?
ଯେଉଁଠାରେ ସେ କମଳା ରଙ୍ଗର ପୋଷାକ ପରିହିତ ବାବାଙ୍କ ରୂପ ଦେଖିବାକୁ ଆଶା କରୁଥିଲେ, ସେଠାରେ କଳାଧଳା ଛବିରେ ଜଣେ ଯୁବକ ଦଣ୍ଡାୟମାନ ଥିଲେ। ଏକ ଶୁଭ୍ର ପ୍ରବାହମାନ ପୋଷାକ ପରିଧାନ କରିଥିବା ଯୁବକଙ୍କର ତିନୋଟି ମୁଣ୍ଡ ଓ ଛଅଟି ହାତ ଥିଲା।
ପ୍ରତ୍ୟେକ ହସ୍ତ ଦିବ୍ୟତ୍ୱର ଏକ ଚିହ୍ନ ଧାରଣ କରିଥିଲେ। ତଳ ବାମହାତଟି କହୁଣୀ ନିକଟରେ ବଙ୍କେଇ ହୋଇ ଏକ ରାଜକୀୟ ଗାଈର ପିଠିରେ ସ୍ଥାନିତ ହୋଇଥିଲା। ପଶ୍ଚାଦପଟରେ ଚାରିଗୋଟି ଶ୍ୱାନ ଥିଲେ। ମଝିରେ ଥିବା ମୁହଁଟି ବାବାଙ୍କର ଥିଲା। ଏହା ଥିଲା ପୁରାତନ ଭାରତୀୟ ଗ୍ରନ୍ଥରେ ବର୍ଣ୍ଣିତ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ସମ୍ମିଳିତ ସ୍ୱରୂପ, ତାହାହିଁ ତାଙ୍କର ପ୍ରକୃତ ସ୍ଵରୂପ। ସମସ୍ତ ସେହି ଅବିଶ୍ୱସନୀୟ ସୃଷ୍ଟିକୁ ମନଭରି ଦେଖିଲା ପରେ ଏବଂ ସମସ୍ତ ହୃଦୟ ଏହି ବିରଳ ସୃଷ୍ଟିକୁ ସାଇତି ରଖିବା ପରେ, ଫଟୋଚିତ୍ରଟି ଅଦୃଶ୍ୟ ହୋଇଗଲା। ପରିଦନ ସକାଳେ, ବୃନ୍ଦାବନରେ ଛାତମାନଙ୍କ ସହ କଥା ହେଲାବେଳେ, ଭଗବାନ ସୁନିଶ୍ଚିନ୍ତ କଲେ ଯେ ଏହା ପ୍ରକୃତରେ ତାଙ୍କର ହିଁ ବାସ୍ତବ ସ୍ଵରୂପ। ସେ ଏହା ମଧ୍ୟ ସ୍ପଷ୍ଟ କଲେ ଯେ, ସେ ସମୟରେ ତାଙ୍କୁ ସ୍ପର୍ଶ କରିଥିଲେ ଶ୍ରୀମତୀ ରତନଲାଲା ଜୀବିତ ନଥାନ୍ତେ।
[Source: http://www.saibaba.ws/articles2/jogarao.htm]