ଓଁ … ମହାଜାଗତିକ ନାଦ

Print Friendly, PDF & Email
ଓଁ … ମହାଜାଗତିକ ନାଦ
ଭଗବାନ କୁହନ୍ତି,

“ତୁମ ହୃଦୟ ତଥା ବ୍ରହ୍ମାଣ୍ଡର ହୃଦୟ କେନ୍ଦ୍ରରେ ପ୍ରତିଧ୍ଵନିତ ହେଉଥିବା ସୃଷ୍ଟିର ଆଦି ଧ୍ଵନି ପ୍ରଣବ କୁ ଶ୍ରବଣ କର।” ଓଁ ହେଉଛି ଅପରିବର୍ତ୍ତନୀୟ, ଶାଶ୍ଵତ, ସାର୍ବଜନୀନ ପରମ ଭଗବତ୍ ସତ୍ତାର ପ୍ରତୀକ। ଓଁ ମହାକାଶରେ ତାରକାମାନଙ୍କର ଗତିଶୀଳତାର ଧ୍ଵନୀ। ଯେତେବେଳେ ରଚନାତ୍ମକ ସଂକଳ୍ପର ଉଦୟ ଗୁଣ ରହିତ ନିରାକାର ତତ୍ତ୍ବକୁ କର୍ମ ପାଇଁ ପ୍ରରଚିତ କଲା, ଏତତ୍ ଦ୍ୱାରା ସେତେବେଳେ ଯେଉଁ ଶବ୍ଦର ସୃଷ୍ଟି ହେଲା ତାହା ହେଉଛି ଓଁ କାର। କହିବାକୁ ଗଲେ ସନ୍ତୁଳନର ପ୍ରତ୍ୟେକଟି ବିଶୃଙ୍ଖଳା ଶବ୍ଦ ହିଁ ସୃଷ୍ଟି କରେ, ତାହା ଯେତେ କ୍ଷୀଣ ହେଲେ ମଧ୍ୟ। ଆଖି ବନ୍ଦ କରିବା ସମୟରେ ଦୁଇ ଆଖି ପତାର ସ୍ପର୍ଶରେ ମଧ୍ୟ ଶବ୍ଦ ସୃଷ୍ଟି ହୋଇଥାଏ, ଏହା ଯେତେ କ୍ଷୀଣ ହେଉନା କାହଁକି । ଏପରି ଅନେକ ଅତ୍ୟନ୍ତ କ୍ଷୀଣ ଶଦ୍ଦ ରହିଛି ଯାହାକୁ ଶୁଣାଯାଇ ପାରେନା। ତେଣୁ ତୁମକୁ ବୁଝିବାକୁ ହେବ ଯେ, ଯେତେବେଳେ ପଞ୍ଚ ମହାଭୂତ ଜାତ ହେଲେ ଏବଂ ସୃଷ୍ଟିର ସର୍ଜନା ଆରମ୍ଭ ହେଲା, ସେତବେଳେ ଓଁ ଧ୍ଵନୀ ସୃଷ୍ଟି ହେଲା। ଏହି ଧ୍ଵନୀ ସର୍ବ ପ୍ରଥମ ଓ ଆଦି ଧ୍ଵନୀ ଅଟେ।”

[http://media.radiosai.org/journals/Vol_07/01FEB09/quiz.htm]

“ଓଁ ହେଉଛି ମୌଳିକ ଶବ୍ଦ ଯାହା ଅନ୍ୟ ଶବ୍ଦ ମାନଙ୍କୁ ଜୀବନ ପ୍ରଦାନ କରେ। ଓଁ ଭଗବାନଙ୍କ ଏକ ନାମ ଯାହାକୁ ସାରା ବିଶ୍ବ ବ୍ରହ୍ମାଣ୍ଡ ସ୍ବୀକାର କରେ। ଖ୍ରୀଷ୍ଟଧର୍ମାବଲମ୍ବୀ ମାନେ ସେମାନଙ୍କର ପ୍ରତିଦିନ ପ୍ରାର୍ଥନାରେ “ଆମେନ୍” ଉଚ୍ଚାରଣ କରନ୍ତି। ଏହା ‘ଓଁ’ ର ରୂପାନ୍ତର ମାତ୍ର। ଓଁ ର ସାର୍ବଜନୀନ ପ୍ରାସଙ୍ଗିକତା ଏବଂ ପ୍ରୟୋଜନିତା ରହିଛି। ଏହା ସ୍ଥାନ, କାଳ, ଧର୍ମ, ଏବଂ ସଂସ୍କୃତି ନିର୍ବିଶେଷରେ ସମସ୍ତ ପ୍ରତିବନ୍ଧକକୁ କ୍ଷୁର୍ଣ କରିଥାଏ ଏବଂ ସମସ୍ତଙ୍କ ଦ୍ୱାରା ଉଚ୍ଚାରିତ ହୋଇଥାଏ।”

[ଗ୍ରୀଷ୍ମ ଶିକ୍ଷା ଶିବିର ୧୯୭୯ ପୃଷ୍ଠା ୧୨୪, ୧୨୫]

“… ଆଦି ଧ୍ଵନୀ ଓଁ ରୁ ସମଗ୍ର ସୃଷ୍ଟି ଆରମ୍ଭ ହେଲା ଯାହାକି ପଞ୍ଚମହାଭୂତ ଯଥା ଆକାଶ, ବାୟୁ, ଅଗ୍ନି, ଜଳ ଓ ମାଟିକୁ ନେଇ ଗଠିତ। ଓଁ କାର ହେଉଛି ସୃଷ୍ଟିର ପ୍ରାଣ ତତ୍ତ୍ବ। ସେଥିପାଇଁ ଏହାକୁ ‘ପ୍ରଣବ’ କୁହାଯାଏ। ଅର୍ଥାତ୍ ‘ଯାହା ପ୍ରାଣ ମଧ୍ୟରେ ସଞ୍ଚରିତ ହୁଏ ବା ଯାହା ସର୍ବ ପ୍ରାଣରେ ସନ୍ନିବେଶିତ।”

“ଓଁ ଇତ୍ୟେକାକ୍ଷରଂ ବ୍ରହ୍ମ”। ଏକ ଅକ୍ଷର ବିଶିଷ୍ଟ ଓଁ ହିଁ ବ୍ରହ୍ମ- ଭଗବାନ ପ୍ରଣବ ମନ୍ତ୍ରର ନିର୍ଯ୍ୟାସ ଓ ଗୁଢ ତାତ୍ପର୍ଯ୍ୟ ବୁଝେଇବାକୁ ଯାଇ ଏହା କୁହନ୍ତି। ଏହି ମନ୍ତ୍ର କାହାର ପ୍ରତୀକ ଏବଂ କ’ଣ ଏହାର ସ୍ବତନ୍ତ୍ର ବୈଶିଷ୍ଠ୍ୟ? ଏହା ଭଗବାନ ତାଙ୍କର ଦିବ୍ୟ ସମ୍ଭାଷଣ ମାଧ୍ୟମରେ ତା ୦୧.୧୦. ୧୯୮୪ ରେ ପ୍ରଶାନ୍ତି ନିଳୟମ୍ ର ପୂର୍ଣଚନ୍ଦ୍ର ପ୍ରେକ୍ଷାଳୟରେ ବୁଝାଇଥିଲେ।

ମନ୍ତ୍ର କେବଳ କିଛି ଶବ୍ଦ ମାନଙ୍କର ସମାହାର ନୁହେଁ। ଏହା ଶବ୍ଦ ମାନଙ୍କର ଏକ ସୁସଙ୍ଗଠିତ ଯୁଗ୍ମ ରୂପ, ଯାହା ମଧ୍ୟରେ ଅସୁମାରି ତାତ୍ପର୍ଯ୍ୟ ରହିଛି। ଏହା ମଣିଷର ଅର୍ନ୍ତନିହିତ ଶକ୍ତିରୁ ସୃଷ୍ଟ। ଉକ୍ତ ଶକ୍ତି ସମାନ୍ବିତ ହୋଇ ମନ୍ତ୍ର ଭାବେ ଯେତେବେଳେ ଉଚ୍ଚ।ରିତ ହୁଅନ୍ତି, ସେତେବେଳେ ମଣିଷ ମଧ୍ୟରେ ଥିବା ଦିବ୍ୟ ଶକ୍ତି ର ଉନ୍ନୀଳନ ହୁଏ।

ଏହି ମନ୍ତ୍ର ଉଚ୍ଚାରଣର କମ୍ପନ ବ୍ରହ୍ମାଣ୍ଡର ଆଦିନାଦ ସହ ମିଶି ସାର୍ଵଜନୀନ ଚୈତନ୍ୟରେ ଲୀନ ହୋଇ ଯାଏ। ଏହି ମହାଜାଗତିକ କମ୍ପନ ସମୂହ ହିଁ ବେଦ ରୂପେ ପ୍ରକଟିତ (ଆଧ୍ୟାତ୍ମିକ ଜ୍ଞାନର ପବିତ୍ର ଉନ୍ମୋଚନ)।

[http://www.theprasanthireporter.org/2013/05/omkara/]

ବିଜ୍ଞାନ ଜଗତରେ ମଧ୍ୟ ଏହି ମହାଜାଗତିକ ଶକ୍ତିର ଅବସ୍ଥିତିକୁ ସ୍ଵୀକାର କରଯାଇଛି:

୧୯୭୮ ମସିହାରେ ଆର୍ଣ୍ଣୋ ପେନ୍ଜିଆସ ଓ ରବର୍ଟ ୱିଲସନ Cosmic Microwave Background Radiation (CMB) ର ଆବିଷ୍କାର ପାଇଁ ନୋବେଲ ପୁରସ୍କାର ପାଇଥିଲେ। ବେଲ୍ ଗବେଷଣାଗାରର ଏହି ଦୁଇ ଗବେଷକ ଜୁନ ୧୯୬୪ ରେ ପ୍ରଥମେ ଏହାକୁ ଏକ ଯାନ୍ତ୍ରିକ ତ୍ରୁଟି ଜନିତ ପ୍ରକ୍ରିୟା ବୋଲି ଭାବି ଅକସ୍ମାତ୍ ଏହା ବିଷୟରେ ଅବଗତ ହେଲେ। କିଛି କ୍ଷଣ ପାଇଁ ସେମାନେ ଏହି ନେପଥ୍ୟ ଶବ୍ଦକୁ “ଶ୍ଵେତ ବର୍ଜ୍ୟ ବସ୍ତୁ” ବା ପକ୍ଷୀର ମଳ ବୋଲି ଆଖ୍ୟା ଦେଇଥିଲେ। (Fox2002, P.78) ଯେଉଁ ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗକୁ ସେମାନେ ଅନୁଭବ କରୁଥଲେ, ତାହା ମହାକାଶର ସେ ବିନ୍ଦୁ ଠାରୁ ଭିନ୍ନ ଥିଲା, ଯେଉଁ ବିନ୍ଦୁ ଦିଗରେ ସେମାନଙ୍କ ଆଣ୍ଟିନା କେନ୍ଦ୍ରିତ ଥିଲା ଏବଂ ଏହା କେବଳ ‘ହିସ୍’ ବା ‘ହସ’ ର କ୍ଷୀଣ ଶବ୍ଦ ହିଁ ଥିଲା। ତାପମାତ୍ରା ସହ ସଂପୃକ୍ତ ସୂକ୍ଷ୍ମ ତରଙ୍ଗ ସମୂହ ୭.୩ ସେ.ମି. ତରଙ୍ଗ ଦୈଘ୍ୟ ବିଶିଷ୍ଟ ଆପାତତଃ ୩.୫K ର ନେପଥ୍ୟ ବିକିରଣ ସୃଷ୍ଟି କରୁଥିଲେ। (K–କେଲଭିନ, ତାପମାତ୍ରାର ବୈଜ୍ଞାନିକ ମାପକ/ଏକକ, 0 K ହେଉଛି ସେହି ପରମ ଶୂନ୍ୟର ଅବସ୍ଥା, ଯେଉଁଠି ସବୁ ପ୍ରକାର ଗତି ବନ୍ଦ ହେଇ ଯାଏ (-459°F or -273°C) କାହିଁକି ଏହା ପରିଲକ୍ଷିତ ହେଉଛି ଜାଣି ନପାରି, ପେନ୍ଜିଆସ ଓ ୱିଲସନ ପ୍ରିନ୍ସଟନ ବିଶ୍ବବିଦ୍ୟାଳୟର ରବର୍ଟ ଡିକେଙ୍କ ସହାୟତା ଲୋଡିଲେ, ଯିଏକି ତାଙ୍କ ସହକର୍ମୀଙ୍କ ସହ ମିଶି ଏହି ଶବ୍ଦ କୁ “Big Bang” ର ଏକ ପ୍ରତିଧ୍ଵନୀ ବୋଲି ଚିହ୍ନଟ କଲେ। ଏହି ଆବିଷ୍କାର ପୂର୍ବରୁ ଏକ ପୂର୍ବାନୁମାନ କରାଯାଇଥିଲା ଯେ ଯଦି “Big Bang” ସତ୍ୟ ହୋଇଥାଏ, ତେବେ ମହାକାଶରେ ଏକ ପ୍ରକାରର ନିରବଛିନ୍ନ ବିକିରଣ ଦେଖାଯିବା ଉଚିତ୍, ଯଦିଚ ଏହି ପୂର୍ବାନୁମାନ ଅନେକ ଗୁଣ ଅଧିକ ତାପମାତ୍ରାକୁ ନେଇ କରଯାଇଥିଲା।

(see Weinberg, 1977, p.50; Hoyle, et al., 2000, p.80).

[Source: Sri Sathya Sai Service Organisation (UK)/Sai Oriented Centres Pack–Version 1: March 2004]

Leave a Reply

Your email address will not be published. Required fields are marked *

error: