ନିରବ ଉପବେଶନ-ରୂପ ଧ୍ୟାନ

Print Friendly, PDF & Email
ନିରବ ଉପବେଶନ-ରୂପ ଧ୍ୟାନ

ବାଲ୍ୟକାଳୁ ଏକାଗ୍ରତା ଅଭିବୃଦ୍ଧି ପାଇଁ ଇନ୍ଦ୍ରିୟ ମାନଙ୍କୁ ନିୟନ୍ତ୍ରଣ କରିବା ନିତାନ୍ତ ଆବଶ୍ୟକ । ବାଳବିକାଶ ପ୍ରଥମ ସୋପାନ ଶିଶୁ ମାନଙ୍କ ପାଇଁ ସନ୍ଦର୍ଶନ ପଦ୍ଧତି ସର୍ବଶ୍ରେଷ୍ଠ ଉପାୟ । ଗୁରୁମାନେ ଭଗବାନଙ୍କ ରୂପକୁ ଏଭଳି ଭାବେ ବର୍ଣ୍ଣନା କରିବେ ଯେପରି ସେହି ଭଗବାନଙ୍କ ରୂପ ଶିଶୁମାନଙ୍କ ମନରେ ମୁଦ୍ରିତ ହୋଇ ରହିଯିବ ।

ସୁପରିଚାଳିତ ସନ୍ଦର୍ଶନ (ଏକ ପ୍ରଦର୍ଶନ)

ପିଲାମାନେ ସାଇରାମ

ଆଜି ମୁଁ ଆମ ଅତିପ୍ରିୟ ସ୍ୱାମୀଙ୍କର ଏକ ପ୍ରତିଛବି ତୁମ୍ଭମାନଙ୍କୁ ଦେଖାଉଛି ।

ବର୍ତ୍ତମାନ ତୁମେ ସମସ୍ତେ ଏହି ଛବିଟିକୁ ମନ ଧ୍ୟାନ ଦେଇ ଦେଖ ।

ପିଲାମାନେ, ଏବେ ଆଖିବନ୍ଦ କରି, ସିଧା ହୋଇ ବସ, ସମ୍ମୁଖକୁ ହାତ ଲମ୍ବାଇ ରଖ, ପାଖ ପିଲାଙ୍କୁ ସ୍ପର୍ଶ କର ନାହିଁ । ଅଙ୍ଗୁଳିକୁ ଚିନ୍ମଦ୍ରାରେ ରଖି ଜଙ୍ଘ ଉପରେ ରଖ । ମେରୁଦଣ୍ଡକୁ ସିଧାକରି ଉପରକୁ ଟାଣି ହୋଇ ବସ ।

ଶ୍ୱାସ ନେଇ, ସମସ୍ତ ଭାବନାକୁ ପରିହାର କରି ଆଉ ଏକ ଗଭୀର ନିଶ୍ୱାସ ନିଅ ।

ଏବେ ଧିରେ ଧିରେ ମନଶ୍ଚକ୍ଷୁରେ ଦର୍ଶନ କର ଯେ ତୁମେ ସାଇ କୁଳବନ୍ତ ମଣ୍ଡପରେ ସ୍ୱାମୀଙ୍କ ସୁନ୍ଦର ରୂପ ଦର୍ଶନ କରିବା ପାଇଁ ଅପେକ୍ଷା କରିଛ ।

ଏବେ ଦେଖ ସ୍ୱାମୀ ତୁମ ସମ୍ମୁଖରେ ମୃଦୁ ପଦ କ୍ଷେପରେ ଚାଲି ଆସୁଛନ୍ତି ।

ତାଙ୍କ ମୁଖ ମଣ୍ଡଳରୁ ପ୍ରେମ ଓ ଆଲୋକ ଝରିପଡ଼ୁଛି ।

ତାଙ୍କ ମଥାରେ ଥିବା କୃଷ୍ଣ କୁଞ୍ଚିତ କେଶର ଆଭାକୁ ଦେଖ ।

ତାଙ୍କ ଉଜ୍ଜ୍ୱଳ ଚକ୍ଷୁ ଦ୍ୱୟ ତୁମ ଆଡ଼କୁ ଚାହିଁ ରହିଛି, ସେ ତୁମକୁ ଦେଖିଲେ ଏବଂ ତୁମେ ଅଶେଷ ଆନନ୍ଦରେ ଉଚ୍ଛୁଳି ଉଠିଲ । ସେ ଅତି ଅଳ୍ପ ସମୟ ପାଇଁ ତୁମ ଆଡ଼କୁ ଚାହିଁଥିଲେ ବି ତୁମକୁ ଲାଗିଲା ଯେପରି ସେ ତୁମ ପ୍ରତି ବହୁ ସମୟ ଧରି ତୀକ୍ଷ୍ମ ଦୃଷ୍ଟି ନିକ୍ଷେପ କରିଛନ୍ତି ।

ସେ ତୁମକୁ ଚାହିଁ ସ୍ମିତ ହାସ୍ୟ ଖେଳାଇ ଦେଲେ ଏବଂ ତୁମେ ଖୁସି ଓ ଆନନ୍ଦରେ ଫାଟି ପଡ଼ୁଛ ।

ସେ ତ ପ୍ରମର ମୂର୍ତ୍ତିମନ୍ତ ବିଗ୍ରହ, ସେ ତ ଦୁଇପାଦରେ ଚାଲୁଥିବା ‘ପ୍ରେମ’ ହିଁ କେବଳ ।

ତାଙ୍କ ଅଙ୍ଗ ବସ୍ତ୍ର ଧୀର ସମୀର ସ୍ପର୍ଶରେ ଖେଳି ଉଠୁଛି । ସେହି ଅଙ୍ଗବସ୍ତ୍ର ତଳୁ ତାଙ୍କ ସୁକୋମଳ ପଦ ଯୁଗଳ ଆଂଶିକ ଭାବେ ଦୃଶ୍ୟମାନ ହେଉଛି ।

ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଏହି ଦିବ୍ୟ ଦର୍ଶନରେ ଆମେ ସମସ୍ତେ କୃତାର୍ଥ ହୋଇ ପାରିଛେ ।

ଆସ, ଆମ୍ଭେମାନେ ତାଙ୍କ ପାଦପଦ୍ମରେ ଭକ୍ତି ଓ ବିଶ୍ୱାସ ନିବେଦନ ପୂର୍ବକ ଏକ ପାର୍ଥନା ଜ୍ଞାପନ କରିବା । ହେ ପ୍ରଭୁ, ମୋ ପିତାମାତା, ଗୁରୁବୃନ୍ଦ, ବନ୍ଧୁବାନ୍ଧବ ଓ ସାଙ୍ଗସାଥିମାନେ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ, ଏତିକି ପ୍ରାର୍ଥନା। ମୋର ପାଠ୍ୟ ବିଷୟ ପ୍ରତି ଏକାଗ୍ରତା ବଢେଇବାରେ ସାହାଯ୍ୟ କରନ୍ତୁ । ଆପଣଙ୍କ ପାଦ ପଦ୍ମ ମୋର ସଦାସର୍ବଦା ସ୍ମରଣ ରହୁ ।

ସମସ୍ତ ଲୋକାଃ ସୁଖିନୋ ବଭନ୍ତୁ ।

ଏବେ ଧୀରେ ଧୀରେ ଚକ୍ଷୁ ଉନ୍ମୀଳନ କରନ୍ତୁ।

ଏହି ସୁପରିଚାଳିତ ରୂପ ଧ୍ୟାନ ବିଷୟ କୁହାଯିବାପରେ ନିମ୍ନ ଲିଖିତ ପ୍ରଶ୍ନ ପଚରାଯାଇ ପାରେ
  1. ସ୍ୱାମୀ ତୁମକୁ କିପରି ଲାଗିଲେ ?
  2. ସେ ସମୟର ଅନୁଭୂତି କିପରି ଥିଲା ?

Leave a Reply

Your email address will not be published. Required fields are marked *

error: