ଧ୍ୟାନ

Print Friendly, PDF & Email
ଧ୍ୟାନ-ବାଳ ବିକାଶ ଗୁରୁମାନଙ୍କ ନିମନ୍ତେସନ୍ଦର୍ଭ
ପ୍ରାର୍ଥନା ବନାମ ଧ୍ୟାନ

‘‘ପୂର୍ଣ୍ଣତା ପ୍ରାପ୍ତି ପାଇଁ ଦୁଇଟି ମାର୍ଗ ଅଛି; ପ୍ରାର୍ଥନା ଓ ଧ୍ୟାନ । ପ୍ରାର୍ଥନା ତୁମକୁ ଭଗବାନଙ୍କ ଚରଣ କମଳରେ ଜଣେ ବିନିତ ଆବେଦକ କରିଦିଏ । ଧ୍ୟାନ ଭଗବାନଙ୍କୁ ତୁମ ପାଖକୁ ଆସିବାକୁ ପ୍ରରୋଚିତ କରାଏ ଏବଂ ତୁମକୁ ତାଙ୍କ ପର୍ଯ୍ୟନ୍ତ ଉତ୍ଥିତ କରିବାପାଇଁ ପ୍ରେରଣା ଯୋଗାଇ ଥାଏ । ଏହା ଉଭୟଙ୍କୁ ଏକତ୍ର ସଂସ୍ଥାପନ କରେ, ଜଣକୁ ନିମ୍ନ ସ୍ତରରେ ଓ ଅନ୍ୟଜପକୁ ଉଚ୍ଚତର ସୋପାନରେ ସ୍ଥାପିତ କରେ ନାହିଁ ।’’ -(ବାବା)

ଧ୍ୟାନ ଶିକ୍ଷା

ଜଣେ ଅନ୍ୟଜଣକୁ ଧ୍ୟାନ ଶିକ୍ଷା ଦେଇପାରିବ କି ? ତାଲିମ ଦିଏ ବୋଲି ଦାବି କରିପାରିବ କି ? ଜପକୁ ବସିବା ଶୈଳୀ, ହାତ, ପାଦର ଅବସ୍ଥିତି, ବୋୟ, ଶୀର ଓ ଶ୍ରୀବାର ଅବସ୍ଥିତି, ଶ୍ୱାସ ପ୍ରଶ୍ୱାସର ପଦ୍ଧତି ଓ ଏହାର ଗତି ବିଷୟରେ ଶିଖାଇ ଦେବା ସମ୍ଭବ । କିନ୍ତୁ ଧ୍ୟାନ ଓ ଅନ୍ତରର କାମ, ଗଭୀର ଭାବେ ନିଶ୍ଚଳ ମନର ଅଧିକାରୀ ହେବା, ମନକୁ ସମ୍ପୂର୍ଣ୍ଣ ଶୂନ୍ୟ କରିଦେବା ଓ ନିଜ ଅନ୍ତରରେ ଥିବା ଦିବ୍ୟାଲୋକରୁ ଆସୁଥିବା ଆଭାରେ ମନକୁ ପୂର୍ଣ୍ଣ କରିବା । ଏହା ଏପରି ଏକ ସାଧନା ଯାହାକୁ କୌଣସି ଗ୍ରନ୍ଥ ବା ପୁସ୍ତକ ଶିଖାଇ ପାରିବ ନାହିଁ, ଏହାକୁ ଶ୍ରେଣୀ କକ୍ଷରେ ପଢ଼ାଇ ଦିଆଯାଇ ପାରିବ ନାହିଁ । -(ବାବା)

ଧ୍ୟାନରେ ସଫଳତା ପାଇବା ଲାଗି ଓ ଜପର ସୁଫଳ ପାଇଁ ଅନ୍ୟ କାହା ଉପରେ ନିର୍ଭର କରିବା ଆବଶ୍ୟକ ପଡ଼େନାହିଁ । କୌଣସି ଋଷି ମୁନିଙ୍କ ଠାରୁ ମନ୍ତ୍ରୋପଦେଶ ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼େ ନାହିଁ । ଅନ୍ତରସ୍ଥ ଭଗବାନଙ୍କୁ ହିଁ ପ୍ରାର୍ଥନା କର, ତାଙ୍କଠାରୁ ତୁମେ ମାର୍ଗ ଦର୍ଶନର ପରାମର୍ଶ ପାଇବ । (ବାବା)

ଧ୍ୟାନ ପାଇଁ ସମୟ ନିର୍ଦ୍ଧାରଣ

ପ୍ରଦତ୍ତ ନିର୍ଦ୍ଧାରିତ ସମୟ ହେଉଛି (ପ୍ରାତଃ ୬:୦୦ ରୁ ୯:୦୦) ଶୁଭ ସମୟ (ପ୍ରାତଃ ୪.୩୦ ରୁ ୫.୧୫) -(ବାବା)-
ଏଥିରେ ନିୟମିତ ହେବାହିଁ ଗୁରୁତ୍ୱପୂର୍ଣ୍ଣ । ବାବା ମଧ୍ୟ କହନ୍ତି ଯେ ସଂଧ୍ୟା ସମୟରେ କିଛି ସମୟ ପାଇଁ ଧ୍ୟାନ କରିବା ଉଚିତ ।

ରୂପଧ୍ୟାନ ବିଷୟରେ ଭଗବାନ ବାବାଙ୍କ ବକ୍ତବ୍ୟ

ସ୍ୱାମୀ ଥରେ ଛାତ୍ର ଛାତ୍ରୀ ମାନଙ୍କୁ କହିଲେ, ତୁମକୁ ଗୋଟିଏ ବସ୍ତୁକୁ ୧୨ ସେକେଣ୍ଡ ପାଇଁ ନିରୀକ୍ଷଣ କରିବାକୁ ପଡ଼ିବ- ଦୀପଶିଖା, ମୂର୍ତ୍ତି, ଛବି ହୋଇପାରେ ପୂର୍ଣ୍ଣ ଏକାଗ୍ରତା ସହ, ଆଖିପତା ଉଠିବ ପଡ଼ିବ ନାହିଁ । ଏହାକୁ ଧାରଣା କୁହାଯାଏ । ଏପରି ୧୨ଟି ଧାରଣାକୁ ଗୋଟିଏ ଧ୍ୟାନ କହନ୍ତି । ଅର୍ଥାତ୍‌ ଧ୍ୟାନ ୧୨*୧୨=୧୪୪ ସେକେଣ୍ଡ ପର୍ଯ୍ୟନ୍ତ ହେବା ଦରକାର ।

ପ୍ରକୃତ ଧ୍ୟାନ ୨ମିନ୍ ୨୪ସେକେଣ୍ଡରୁ ଅଧିକ ହେବା ଦରକାର ନାହିଁ ।

୧୨ଟି ଧ୍ୟାନ ରେ ଗୋଟିଏ ସମାଧି ହୁଏ । ଯାହା ୧୨×୧୪୪= ୨୮ମିନ୍ ୪୮ ସେକେଣ୍ଡ । ଏହାହିଁ କେବଳ କିଛି ମିନିଟ ପାଇଁ ବସିବା ନୁହେଁ ଭଗବାନ ଙ୍କ ଉପରେ ଅନୁଧ୍ୟାନ ସର୍ବଦା ଓ ସର୍ବତ୍ର ରହିବା ଦରକାର। ରମଣ ମହର୍ଷି ଙ୍କୁ ଥରେ ପ୍ରଶ୍ନ କରାଗଲା, ” କେତେ ସମୟ ପାଇଁ ଧ୍ୟାନ କରା ଯିବା ଦରକାର? ୧୫/୩୦/୪୫ ମିନିଟ୍ ବା ୧ଘଣ୍ଟା?” ଉତ୍ତରରେ ସେ କହିଲେ, “ତୁମେ ଧ୍ୟାନ କରୁଚ ଏହା ଭୁଲିଯିବା ପର୍ଯ୍ୟନ୍ତ ଧ୍ୟାନ କରିବା ଦରକାର। ଯେ ପର୍ଯ୍ୟନ୍ତ ତୁମେ ସଚେତନ ଅଛ ଯେ ତୁମେ ଧ୍ୟାନ ରେ ବସିଚ ତାହା ଆଦୌ ଧ୍ୟାନ ନୁହେଁ। ନିଜର ଦେହ, ମନ ଓ ଭାବନା ଗୁଡ଼ିକ ନିଶ୍ଚିହ୍ନ ହୋଇଯିବା ଦରକାର । ଧ୍ୟୋୟ ବସ୍ତୁ ହିଁ କେବଳ ଥିବା ଦରକାର ଅର୍ଥାତ୍‌ ଇଶ୍ୱରଙ୍କ ଉପସ୍ଥିତି ହିଁ କେବଳ, ଅନ୍ୟ କିଛି ନୁହେଁ । ଧ୍ୟାନବସ୍ଥା ଅନୁଭବ କରିବା ଅବସ୍ଥା ମାତ୍ର ତାହା ଚେତନା ଅନୁଭବ କରୁଛ ଏ ଚେତନା ବିନା ।

ଧ୍ୟାନରେ ବସିବା ପଦ୍ଧତ୍ତି

ସ୍ୱତନ୍ତ୍ର ଏକ ଆସବାରେ ବସ, ଖଣ୍ଡେ ବସ୍ତ୍ର ବା ପ୍ରାର୍ଥନା କଲାବଳର ପତଳା ଗଦି ହୋଇପାରେ । ଦେହର ବୈଦ୍ୟୁତିକ ସ୍ରୋତ ଭୂମିକୁ ଚାଲି ନ ଯିବା ପାଇଁ । ସିଧା ବସ କାରଣ ଦେହ ସିଧା ଓ ନିଶ୍ଚଳ ଥିଲେ ମନ ମଧ୍ୟ ସିଧା ଓ ନିଶ୍ଚଳ ହେବ । ଦେହକୁ ନିୟନ୍ତ୍ରର କରି ନ ପାରିଲେ ମନକୁ କିପରି ନିୟନ୍ତ୍ରଣ କରିବ ହାତ ଦୁଇଟିକୁ ଆରାମ ପ୍ରଦ ଉପାୟରେ ରଖ :୧) ନିଜ କୋଳରେ ଗୋଟିଏ ପାପୁଲି ଉପରେ ଅନ୍ୟ ପାପୁଲିଟିକୁ ରଖ ଦୁଇ ହାତର ବୁଢା ଆଙ୍ଗୁଠି ଏକତ୍ର ମିଶୁ ଥିବା ଦରକାର । ୨) ଆଣ୍ଠୁ ଉପରେ ପାପୁଲିକୁ ଉପର ମୁହାଁ କରି ରଖ, ଆଙ୍ଗୁଠି ଚିନ୍ମୁଦ୍ରାରେ ରହୁ । ସୋହଂ ଅଧିବେଶନ ପାଇଁ ଶ୍ୱାସକ୍ରିୟାକୁ ବିଧିବଦ୍ଧ କରିବା ପାଇଁ, ଜିହ୍ୱାର ଅଗ୍ରଭାଗକୁ ଦାନ୍ତର ପଛ ପାଖେ ଧୀରେ ରଖିବାକୁ ହେବ । (ବାବା)

[source: http://www.sathyasai.org/devotion/meditation.html]

Leave a Reply

Your email address will not be published. Required fields are marked *