ଓଁ ସହନାୱୱତୁ ଶ୍ଳୋକ – ଅତିରିକ୍ତ ପଠନ
Teacher and Students
ଏହା ଉପନିଷଦର ଏକ ପ୍ରାର୍ଥନା| ପ୍ରତ୍ୟେକ ଅଧିବେଶନ ପୂର୍ବରୁ ଶିକ୍ଷାର୍ଥୀମାନଙ୍କୁ ଉପଦେଶ ଦିଆଯାଏ ଯେ ଶିକ୍ଷା ଏକ ସହଭାଗୀ ଅନୁଭୂତି ଏବଂ ଶିକ୍ଷକ ଓ ଶିକ୍ଷାଗ୍ରହଣକାରୀ ମଧ୍ୟରେ ସାମାନ୍ୟତମ କ୍ରୋଧ, ଶିକ୍ଷା, ଶିକ୍ଷାଦାତା, ଶିକ୍ଷାଗ୍ରହିତାକୁ ପ୍ରଦୂଷିତ କରେ|
ଆମେ (ଶିକ୍ଷକ ଓ ଶିକ୍ଷା ଗ୍ରହଣକାରୀ) ପ୍ରାର୍ଥନା କରୁ ଯେ, ଆମେ ଆଧ୍ୟାତ୍ମିକ ଜ୍ଞାନରେ ଏକତ୍ର ଅଗ୍ରଗତି କରୁ, ଆମେ ଆମର ଅଧ୍ୟୟନରୁ ଯେଉଁ ଆଲୋକ ପ୍ରାପ୍ତ କରିଛୁ ତାହାକୁ ଏକତ୍ର ପ୍ରସାରିତ କରୁ| ଆମେ ଏହା ମଧ୍ୟ ପ୍ରାର୍ଥନା କରୁ ଅଛୁ ଯେ ଆମେ ବିନା ମତଭେଦରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ନିର୍ବାହ କରୁ, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣର ଅଭିବୃଦ୍ଧି କରୁ, ଆମର ବୁଦ୍ଧିମତ୍ତା ଓ ଦକ୍ଷତାର ଉପଯୋଗ କରୁ|
ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନବୋଧ ରହିବା ଆବଶ୍ୟକ|
ଇନ୍ଦ୍ରିୟ ଓ ଆବେଗର ପ୍ରଶିକ୍ଷଣ (ଶିକ୍ଷା) ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ଶିକ୍ଷକ ଓ ଶିକ୍ଷାଗ୍ରହଣକାରୀ ପରସ୍ପରକୁ ସହଯୋଗ କରନ୍ତି ଏବଂ ଏହା ଉଭୟଙ୍କ ପାଇଁ ଏକ ସୁଖଦ ଅନୁଭୂତି, ଏକ ଉପଯୋଗୀ ଓ ହୃଦୟସ୍ପର୍ଶୀ ପ୍ରୟାସ ହେବା ଆବଶ୍ୟକ| ‘କ୍ଷଣ’ ଅର୍ଥ ଏକ ସେକେଣ୍ଡ, ଆଉ ମୁଁ ଚାହେଁ ତୁମେ ତୁମ ଜୀବନର ପ୍ରତ୍ୟେକ ସେକେଣ୍ଡରେ ଉତ୍ତମ ଶିକ୍ଷା ଲାଭକର| ଉଦାହରଣ ସ୍ୱରୂପ, ଯେତେବେଳେ ଶିକ୍ଷକ ଶ୍ରେଣୀ ଗୃହରେ ପ୍ରବେଶ କରନ୍ତି, ପିଲାମାନେ ତାଙ୍କୁ ଅଭିବାଦନ କରିବା ଉଚିତ୍| ବୟସ ଓ ପାଣ୍ଡିତ୍ୟକୁ ସମ୍ମାନ ଦେବା ଏବଂ ଶିକ୍ଷକଙ୍କ ସେବାପାଇଁ ତାଙ୍କୁ କୃତଜ୍ଞତା ପ୍ରଦର୍ଶନ କରିବା ହେଉଛି ବିନମ୍ରତାର ଶିକ୍ଷା। ଶିକ୍ଷକଙ୍କୁ ମଧ୍ୟ ନିଷ୍ଠାପର କାର୍ଯ୍ୟ ଏବଂ ନିଃସ୍ୱାର୍ଥପର ସେବାଦ୍ୱାରା ତାଙ୍କ ଯତ୍ନରେ ନିଯୁକ୍ତ ପିଲାମାନଙ୍କର ଅଭିବାଦନ ପାଇବାକୁ ଯୋଗ୍ୟ ହେବାକୁ ପଡିବ|
ଛାତ୍ର, ଛାତ୍ରୀ ଭୟରେ ଶିକ୍ଷକଙ୍କୁ ସମ୍ମାନ ନ ଦେଇ ପ୍ରେମରେ ଅଧିକ ସିକ୍ତ ହେବା ଉଚିତ୍| ଶିକ୍ଷକ ସେ ସମସ୍ତ ପଦ୍ଧତିରୁ ଦୂରେଇ ରହିବା ଉଚିତ୍ ଯାହା ଭୟ ବା ଆତଙ୍କ ସୃଷ୍ଟି କରେ| ଫୁଲର ପ୍ରସ୍ଫୁଟନ ପରି ଶିକ୍ଷା ଏକ ମନ୍ଥର ପ୍ରକ୍ରିୟା, ପାଖୁଡା ପରେ ପାଖୁଡା ନୀରବରେ ମୁକୁଳିତ ହୋଇ ସୁଗନ୍ଧ ଆହୁରି ଗଭୀର ଓ ଅନୁଭୂତି ଯୋଗ୍ୟ ହୁଏ| ପରୀକ୍ଷା ଉଦ୍ଦେଶ୍ୟରେ ଶିକ୍ଷା, ପ୍ରଦାନ କରିବା ପରିବର୍ତ୍ତେ ଶିକ୍ଷକ ଯଦି ପ୍ରଜ୍ଞା (ବିବେକ), ବିନୟଭାବ, ଶୃଙ୍ଖଳା ଓ ବିବେଚନାର ଏକ ଉତ୍ତମ ଉଦାହରଣ ହୁଅନ୍ତି, ତେବେ ଫୁଲର ଏହି ପ୍ରସ୍ଫୁଟନ ସହାୟକ ହୁଏ । ଉପଦେଶ ନୁହେଁ, ଉଦାହରଣ ହେଉଛି ଶିକ୍ଷାଦାନର ସବୁଠୁ ଉତ୍ତମ ମାଧ୍ୟମ|
[-ଦିବ୍ୟ ସମ୍ଭାଷଣ (ପ୍ରଥମ ଭାଗ)]