ତ୍ୱମେବ ମାତା ଶ୍ଳୋକ – କାର୍ଯ୍ୟାବଳୀ

Print Friendly, PDF & Email
God’s Love
କାର୍ଯ୍ୟକଳାପର ନମୁନା

ବାଳବିକାଶ ପିଲାମାନଙ୍କୁ ମାତା / ପିତାଙ୍କର ସେମାନଙ୍କ ପିଲାଙ୍କ ପ୍ରତି ପ୍ରେମକୁ ଦର୍ଶାଉଥିବା ଭିଡିଓ ଗୁଡିକ ଦେଖାଯାଇପାରିବ | ଗୁରୁ, ପଶୁ, ପକ୍ଷୀ ମାନଙ୍କର ବିଭିନ୍ନ ଭିଡିଓ ମଧ୍ୟ ଦେଖେଇ ପାରିବେ, ଯେଉଁଥିରେ ସେମାନେ ନିଜ ପିଲାମାନଙ୍କୁ ପ୍ରେମ କରୁଥିବେ କିମ୍ବା ପଶୁ ପକ୍ଷୀ ମାନଙ୍କର ଏପରି ଭିଡିଓ ଦେଖେଇ ପାରିବେ ଯେଉଁ ଥିରେ ସେମାନେ ଅନ୍ୟ ପ୍ରଜାତିର ପଶୁ, ପକ୍ଷୀ ମାନଙ୍କୁ ପ୍ରେମ / ଯତ୍ନ କରୁଥିବେ | ଉଦାହରଣ – ଗୋଟିଏ ହାତୀ କୁକୁରର ଯତ୍ନ ନେଉଛି, ମାଙ୍କଡ଼ ଭାଲୁ ଛୁଆର ଯତ୍ନ ନେଉଛି, ଇତ୍ୟାଦି ।

ଆଲୋଚନା ପାଇଁ ପ୍ରସ୍ତାବିତ ପ୍ରଶ୍ନ:
  1. ତୁମେ ଭିଡିଓ ଗୁଡିକ ଉପଭୋଗ କଲ କି? କେଉଁଟି ତୁମକୁ ଖୁବ୍ ଭଲ ଲାଗିଲା ଓ କାହିଁକି?
  2. ତୁମେ ଭାବୁଛ କି ଆମେ କେବଳ ଘରେ ପ୍ରେମ ପାଇଥାଉ? ବିଦ୍ୟାଳୟରେ କିଏ ଆମକୁ ଭଲ ପାଇବା ଦିଅନ୍ତି? ବିଦ୍ୟାଳୟରେ କିଏ ଆମର ଯତ୍ନ ନିଅନ୍ତି?
  3. ତୁମେ ଖେଳିବାକୁ ଭଲ ପାଅ କି? ଖେଳଗୁଡିକ ଆମ ପାଇଁ କିଏ ଆକର୍ଷଣୀୟ କରନ୍ତି?
  4. ତୁମର ସାଙ୍ଗସାଥୀ ଅଛନ୍ତି କି? ତୁମେ ସେମାନଙ୍କ ସହିତ ରହି ଆନନ୍ଦ ଉପଭୋଗ କର କି? କାହିଁକି?
  5.  ତୁମେ ରାସ୍ତା ଅତିକ୍ରମ କରିବାକୁ ଭୟକର କି? ତୁମେ କେବେ ଏକୁଟିଆ ରାସ୍ତା ଅତିକ୍ରମ କରିଛ କି? ଏପରି ପରିସ୍ଥିତିରେ, ତୁମ ପାଖରେ ଠିଆ ହୋଇଥିବା ବ୍ୟକ୍ତି ତୁମକୁ ଅତିକ୍ରମ କରିବାରେ ସାହାଯ୍ୟ କଲେ କି? ତୁମେ କାହାକୁ ରାସ୍ତା ଅତିକ୍ରମ କରିବାରେ ସାହାଯ୍ୟ କରିଛ କି?
  6. ପିତାମାତା, ଭାଇ, ବନ୍ଧୁମାନଙ୍କ ସହିତ ସର୍ବଦା ରହିବା ଆମ ପକ୍ଷେ ସମ୍ଭବ କି?
  7.  ତୁମେ ଜାଣିନଥିବା କୌଣସି ବ୍ୟକ୍ତିଙ୍କୁ ଭଲ ପାଇବା ଦେଖାଇଛ କି? କିପରି? ସେମାନେ କିପରି ଅନୁଭବ କଲେ? ତୁମେ ଖୁସି ଅନୁଭବ କଲ କି?
ନିର୍ଯ୍ୟlସ:

ଗୁରୁମାନେ ପିଲାମାନଙ୍କୁ ବୁଝେଇବା ଆବଶ୍ୟକ ଯେ ସେମାନେ ତାଙ୍କ ପିତାମାତା, ଶିକ୍ଷକ, ସାଙ୍ଗ ସାଥୀ, ଭାଇ ଭଉଣୀ, ସମ୍ପର୍କୀୟ, ପୋଷ୍ୟ ପଶୁ ପକ୍ଷୀ ମାନଙ୍କଠାରୁ ଯେଉଁ ସ୍ନେହପ୍ରେମ ପାଉଛନ୍ତି ତାହା ପ୍ରକୃତରେ ଦୈବ ପ୍ରେମ ଯାହା ପ୍ରତ୍ୟେକଙ୍କ ମାଧ୍ୟମରେ ଆସିଥାଏ। ଯେଉଁ ପ୍ରେମ ଆମେ ଅନ୍ୟମାନଙ୍କୁ ଦେଉଛୁ ତାହା ମଧ୍ୟ ଦିବ୍ୟ ପ୍ରେମ ଯାହା ଆମ ଦ୍ଵାରା ବିତରିତ ହୁଏ। ଭଗବାନ ଆମ ସମସ୍ତଙ୍କୁ ସମାନ ଓ ନିଃସର୍ତ୍ତ ଭାବରେ ଭଲପାଆନ୍ତି ଏବଂ ବେଳେବେଳେ ମା’ ରୂପେ, ବେଳେବେଳେ ସଖା ରୂପେ, ବେଳେବେଳେ ଭ୍ରାତା ରୂପେ ସେ ତାଙ୍କ ପ୍ରେମ ଆମ ଉପରେ ବର୍ଷା କରନ୍ତି। ସ୍ଵାମୀଙ୍କ ନିମନ୍ତେ ଏକ ଅଭିନନ୍ଦନ ପତ୍ର ତିଆରି କରିବାକୁ ପିଲାମାନଙ୍କୁ କହି, ଗୁରୁ ଶ୍ରେଣୀଟିକୁ ସମାପ୍ତ କରିପାରନ୍ତି।

ଦ୍ରଷ୍ଟବ୍ୟ:

‘youtube’ ରେ ‘video’ ଗୁଡ଼ିକ ଉପଲବ୍ଧ। ବାଳବିକାଶ ଗୁରୁମାନଙ୍କୁ ଅନୁରୋଧ ଯେ ସେମାନେ ଶ୍ରେଣୀ ଆରମ୍ଭର ବହୁ ପୂର୍ବରୁ ପ୍ରାସଙ୍ଗିକ video ମାନ ପ୍ରାପ୍ତ କରିଥିବେ, ଯେପରିକି ଶ୍ରେଣୀର video ପ୍ରଦର୍ଶନ ନିମନ୍ତେ ଅହେତୁକ ବିଳମ୍ବ ଓ ବିଭ୍ରାଟ ନ ହୁଏ।

Leave a Reply

Your email address will not be published. Required fields are marked *

error: