ହରିର୍ଦାତା ଶ୍ଳୋକ- କାର୍ଯ୍ୟାବଳୀ

Print Friendly, PDF & Email
ହରିର୍ଦାତା ଶ୍ଳୋକ- କାର୍ଯ୍ୟାବଳୀ
କାର୍ଯ୍ୟ:

ସୁଷମ ଖାଦ୍ୟ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଭିତ୍ତିକ ସଙ୍ଗୀତ ଯୁକ୍ତ ଚୌକି ଦୌଡ ଖେଳ।

ଖେଳ ଆରମ୍ଭ କରିବା ପୂର୍ବରୁ ଗୁରୁ ପିଲାମାନଙ୍କ ସହ ଖାଦ୍ୟ ଓ ଖାଦ୍ୟାଭ୍ୟାସ ସମ୍ବନ୍ଧରେ ଆଲୋଚନା କରିବେ।

ମୁଖ୍ୟ ବିଷୟ ଗୁଡିକ ନିମ୍ନମତେ ଆଲୋଚନା କରିବେ;

  • ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ହାତ ନ ଧୋଇଲେ ହାତରେ ଥିବା ମଇଳା ଖାଦ୍ୟରେ ମିଶି ପେଟକୁ ଯିବ ଓ ତୁମକୁ ଅସୁସ୍ଥ କରିବ।
  • ତୁମେ ସୁସ୍ଥ ଓ ଶକ୍ତିଶାଳୀ କାରଣ ତୁମ ମା ଉତ୍ତମ ଓ ପରିଷ୍କାର ଖାଦ୍ୟ ରନ୍ଧନ କରନ୍ତି।
  • ସେ ତୁମକୁ ଶୁଦ୍ଧ ଓ ସିଝା ପାଣି ପିଇବାକୁ ଦିଅନ୍ତି।
  • ପରିଷ୍କାର, ପରିଚ୍ଛନ୍ନତା ତୁମକୁ ସୁସ୍ଥ ରଖେ।
  • ଆମେ ସବୁ ଫଳ ଓ ପନିପରିବା ଖାଇବା ଉଚିତ।
  • ଆମେ ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ତୁରନ୍ତ ପ୍ରସ୍ତୁତ ହୋଇ ପାରୁଥିବା ଖାଦ୍ୟ ବର୍ଜନ କରିବା ଉଚିତ୍।
  • ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ଯେତେବେଳେ ଆମେ ଏହା ଈଶ୍ୱରଙ୍କୁ ଅର୍ପଣ କରୁ, ତାହା ପ୍ରସାଦରେ ପରିଣତ ହୋଇଯାଏ।
  • ଉତ୍ତମ ଓ ସ୍ୱାସ୍ଥ୍ୟକର ଖାଦ୍ୟ ବୁଝାଇବା ନିମନ୍ତେ ଫଳ ଓ ପନିପରିବାର ଚିତ୍ର ସମୂହ ଦେଖାନ୍ତୁ
ଆବଶ୍ୟକୀୟ ସାମଗ୍ରୀ:‌

ମୋଟା କାଗଜ, ରେଖାଙ୍କିତ କରିବା ନିମନ୍ତେ କଲମ, ଚୌକି, ବାଦ୍ୟଯନ୍ତ୍ର (ଗୁରୁ ମଧ୍ୟ ଭଜନ ଗାଇ ପାରନ୍ତି)।

ପ୍ରାକ୍ ପ୍ରସ୍ତୁତି:

ମୋଟା କାଗଜକୁ ଚାରି ସମାନ ଭାଗରେ କାଟିବା ଏବଂ ସ୍ୱାସ୍ଥ୍ୟକର ଓ ଅସ୍ୱାସ୍ଥ୍ୟକର ଖାଦ୍ୟର ନାମ ଲେଖିବା।

ଉଦାହରଣ:
  • ସ୍ୱାସ୍ଥ୍ୟକର ଖାଦ୍ୟପଦାର୍ଥ:ପରିବା ରସ, କ୍ଷୀର, ଦହି, କଟାଫଳ, ରାଜମା, ରୋଟି, ସାଲାଡ଼, ଡାଲି ଜାତୀୟ ଖାଦ୍ୟ, ଗଜା ମୁଗ, ପଇଡ଼ ଇତ୍ୟାଦି।
  • ଅସ୍ୱାସ୍ଥ୍ୟକର ଖାଦ୍ୟପଦାର୍ଥ:ବର୍ଗର, ନୁଡ୍ଡଲସ୍, ଡବାଖାଦ୍ୟ, ଥଣ୍ଡା ପାନୀୟ, ଇତ୍ୟାଦି।

ଖେଳଟି ସାଧାରଣ ସଙ୍ଗୀତ ଚୌକି ଦୌଡ ଖେଳ ସହ ସମାନ। ଏହି ଖେଳରେ ଖେଳୁଥିବା ପିଲାଙ୍କ ସଂଖ୍ୟା ସହ ଚୌକି ସଂଖ୍ୟା ସମାନ ରହିବ| ପ୍ରତ୍ୟେକ ଚୌକି ତଳେ ସ୍ୱାସ୍ଥ୍ୟକର ବା ଅସ୍ୱାସ୍ଥ୍ୟକର ଖାଦ୍ୟର ନାମ ଲେଖାଥିବା କାଗଜଟେ ତଳ ମୁହାଁ ହୋଇ ରଖାହୋଇଥିବ। ସଂଙ୍ଗୀତ ଗାନ ହେବା ସଙ୍ଗେ ସଙ୍ଗେ ପିଲାମାନେ ଚାଲିବେ କିମ୍ବା ଦୌଡିବେ। ଗୀତ ବାଜିବା ବନ୍ଦ ହେଲେ ପିଲାମାନେ ଚୌକିରେ ବସି ପଡିବେ। ଯେଉଁ ପିଲାମାନେ ଅସ୍ୱାସ୍ଥ୍ୟକର ଖାଦ୍ୟର ନାମ ଥିବା ଚୌକିରେ ବସି ପଡିବେ ସେ ଖେଳରୁ ବାଦ ପଡିବେ ଓ ଖେଳ ଆଗକୁ ଚାଲିବ।

ଦ୍ରଷ୍ଟବ୍ୟ: କାଗଜ ଖଣ୍ଡର ସଂଖ୍ୟା ପିଲାଙ୍କ ସଂଖ୍ୟା ସହ ସମାନ ହେବା ଆବଶ୍ୟକ।