ହରିର୍ଦାତା ଶ୍ଳୋକର ଅର୍ଥ

Print Friendly, PDF & Email
ହରିର୍ଦାତା ଶ୍ଳୋକର ଅର୍ଥ
  • “ହରିର୍ଦାତା ହରିର୍ଭୋକ୍ତା ହରିରନ୍ନମ୍ ପ୍ରଜାପତିଃ
  • ହରିର୍ବିପ୍ର ଶରୀରସ୍ତୁ ଭୁଂକ୍ତେ ଭୋଜୟତେ ହରିଃ।

ହରି ଯେ ସମସ୍ତ ଜୀବମାନଙ୍କର ପ୍ରଭୁ, ସେ ହିଁ ଦାତା, ଭୋକ୍ତା ଏବଂ ଖାଦ୍ୟ ମଧ୍ୟ। ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତିର ଶରୀର ହିଁ ହରି, ଭୋଜନ କର୍ତ୍ତା ମଧ୍ୟ ହରି ଏବଂ ଭୋଜନ ପ୍ରଦାନକାରୀ ମଧ୍ୟ ହରି।

ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ଈଶ୍ଵରଙ୍କୁ ଅର୍ପଣ କଲେ ଏହା ଆଶୀର୍ବାଦ ଯୁକ୍ତ ହୋଇ ପବିତ୍ର ହୋଇଯାଏ। ଖାଦ୍ୟ ଈଶ୍ୱରଙ୍କ ଏକ ଉପହାର। ଆମେ କୃତଜ୍ଞତା ପୂର୍ବକ ଏକ ପ୍ରାର୍ଥନାପୂର୍ଣ୍ଣ ଭାବ ନେଇ ଖାଦ୍ୟ ଗ୍ରହଣ କରିବା ଉଚିତ୍। ଜୀବନାଗ୍ନିକୁ ଜଳାଇ ରଖିବା ନିମନ୍ତେ ଖାଦ୍ୟ ଏକ ସ୍ଫୁଲିଙ୍ଗ। ଆମେ ଖାଦ୍ୟର ସମ୍ମାନ କରିବା ଉଚିତ୍। ଏହାକୁ ନଷ୍ଟ କରିବା ଉଚିତ୍ ନୁହେଁ। ଯେତିକି ଆବଶ୍ୟକ ସେତିକି ଖାଦ୍ୟ ନେବା ଉଚିତ୍। ଯଦି କିଛି ବଳି ପଡେ ତାକୁ ପଶୁ ପକ୍ଷୀଙ୍କୁ ଖୁଆଇ ଦେବା ଦରକାର।

ଆମ ଶରୀରରେ ଅବସ୍ଥାନ କରୁଥିବା ଈଶ୍ଵର ହିଁ ଖାଦ୍ୟ ଗ୍ରହଣ କରିଥାନ୍ତି। ତେଣୁ ଖାଦ୍ୟବାବଦରେ ଆମେ ତିନି ପ୍ରକାରର ଶୁଦ୍ଧତା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

ପଦାର୍ଥ ଶୁଦ୍ଧି: ରନ୍ଧନ କାର୍ଯ୍ୟ ନିମନ୍ତେ ଉପଯୋଗ କରାଯାଉଥିବା ଖାଦ୍ୟ ପଦାର୍ଥ ଶୁଦ୍ଧ ହେବା ଦରକାର।

ପାକ ଶୁଦ୍ଧି: ଖାଦ୍ୟ ରନ୍ଧନ କରୁଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଶୁଦ୍ଧ ରହିବା ଆବଶ୍ୟକ।

ପାତ୍ର ଶୁଦ୍ଧି : ଖାଦ୍ୟ ରନ୍ଧନ ଓ ଭୋଜନ ନିମନ୍ତେ ଆମେ ପରିଷ୍କାର ପାତ୍ର ବ୍ୟବହାର କରିବା ଦରକାର। ଏକ ଶୁଦ୍ଧ ପରିବେଶରେ ଆମେ ଖାଦ୍ୟ ଗ୍ରହଣ କରିବା ଉଚିତ୍।

ହିନ୍ଦୁ ଧର୍ମର ବିଶ୍ଵାସ ଅନୁଯାୟୀ ଯେତେବେଳେ ଈଶ୍ୱରଙ୍କୁ ଅର୍ପଣ କରାଯାଇଥିବା ଖାଦ୍ୟ ପ୍ରସାଦ ରୂପେ ଗ୍ରହଣ କରାଯାଏ, ତାହା ଦିବ୍ୟ ଶକ୍ତି ପ୍ରାପ୍ତ ହୋଇ ସମସ୍ତ ମନ୍ଦ ପ୍ରଭାବରୁ ମୁକ୍ତ ହୋଇଯାଏ।

ଭାରତୀୟ ମୁନିଋଷିମାନଙ୍କ ଅନୁଯାୟୀ ଯେଉଁ ଉତ୍ସରୁ ଆମେ ଖାଦ୍ୟ ଗ୍ରହଣ କରୁ, ଯେଉଁ ଶକ୍ତି ସମସ୍ତ ସଜୀବ ପ୍ରାଣୀଙ୍କର ଲାଳନ ପାଳନ କରନ୍ତି ଏବଂ ସୃଷ୍ଟିର ପ୍ରତ୍ୟେକ ବସ୍ତୁର ଯିଏ ଆଧାର, ସେ ହେଉଛନ୍ତି ଭଗବାନ। ଏହି ମୌଳିକ ସତ୍ୟକୁ ଭୁଲି ଯିବାର ଫଳ ସ୍ବରୂପ ଆଜିର ଦୁନିଆ ଦୁର୍ଭିକ୍ଷ, ଅନ୍ତର୍ଦ୍ୱନ୍ଦ, ଯୁଦ୍ଧ ଏବଂ ଆନ୍ଦୋଳନ ଦ୍ଵାରା ପ୍ରପିଡ଼ିତ। ମନୁଷ୍ୟ କ’ଣ ଖାଦ୍ୟ ଉତ୍ପାଦିତ ହେଉଥିବା ଚାଷ ଜମି ସୃଷ୍ଟି କରିପାରିବ? ଆମେ କଣ ଜଳ ସୃଷ୍ଟି କରିପାରିବା? ଯେଁଉ କାଷ୍ଠ ଖଣ୍ଡରେ ଅଗ୍ନି ସନ୍ନିବେଶିତ ଆମେ କ’ଣ ତାକୁ ସୃଷ୍ଟି କରିପାରିବା? ଏସବୁ କେବଳ ଈଶ୍ୱରଙ୍କ ଦ୍ଵାରା ସୃଷ୍ଟି ହୋଇପାରେ ଏବଂ ଏହା ମନୁଷ୍ୟ ଶକ୍ତିର ଉର୍ଦ୍ଧ୍ବରେ। ଈଶ୍ୱରଙ୍କୁ ଖାଦ୍ୟ ଅର୍ପଣ କଲେ ଏହାର ସମସ୍ତ ମନ୍ଦ ପ୍ରଭାବ ନଷ୍ଟ ହୋଇଯାଏ ଓ ଏହା ପ୍ରସାଦରେ ରୂପାନ୍ତରିତ ହୁଏ, ଯାହା ଆମକୁ ଶାରୀରିକ, ନୈତିକ ଓ ଆଧ୍ୟାତ୍ମିକ ପୁଷ୍ଟି ପ୍ରଦାନ କରେ।

Leave a Reply

Your email address will not be published. Required fields are marked *

error: