କରାଗ୍ରେ ବସତେ ଶ୍ଳୋକ – କାର୍ଯ୍ୟାବଳୀ
କାର୍ଯ୍ୟାବଳୀ ଦୃଷ୍ଟାନ୍ତ
- ପିଲାମାନଙ୍କୁ କୁହନ୍ତୁ ହାତ ଦ୍ବାରା କରାଯାଉଥିବା ବିଭିନ୍ନ କାର୍ଯ୍ୟର ଏକ ସୂଚୀ ତିଆରି କରିବେ।
- ସେମାନଙ୍କୁ କୁହନ୍ତୁ ସେହି କ୍ରିୟାକଳାପ ଗୁଡ଼ିକ ‘ଭଲ’ ବା ‘ଭଲ ନୁହେଁ’ ସେହି ଅନୁସାରେ ବର୍ଗୀକରଣ କରିବେ।
- ପ୍ରତ୍ୟେକ କାର୍ଯ୍ୟକୁ ଛୋଟ ଛୋଟ କାଗଜ ଖଣ୍ଡରେ ଲେଖନ୍ତୁ ଓ ସେଗୁଡିକୁ ଭଙ୍ଗିଦିଅନ୍ତୁ । ସେହି କାଗଜଗୁଡ଼ିକ ଗୋଟେ ବାକ୍ସରେ ରଖି ମିଶାଇ ଦିଅନ୍ତୁ।
- ପ୍ରତ୍ୟେକ ପିଲାକୁ ବାକ୍ସରୁ ଗୋଟେ ଚିଟ୍ ଉଠେଇବାକୁ କୁହନ୍ତୁ।
- ପିଲାଟି ଦ୍ବାରା ଉଠାଯାଇଥିବା ଚିଟ୍ ରେ ଯଦି ଭଲ କାର୍ଯ୍ୟ, ଲେଖା ଥାଏ, ତେବେ ପିଲାଟିକୁ ଶ୍ରେଣୀରେ ଥିବା ସ୍ବାମୀଙ୍କ ଆସନ ନିକଟରେ ଛିଡା ହେବାକୁ କୁହନ୍ତୁ।
- ପିଲାଟି ଯଦି “ଭଲ ନୁହେ” ବର୍ଗ ରୁ ଚିଟ୍ ଟି ଉଠଏ ତାକୁ କୋଠରୀର ଶେଷରେ ସ୍ବାମୀଙ୍କ ଆସନ ଠାରୁ ଦୂରରେ ଛିଡ଼ା ହେବାକୁ କୁହନ୍ତୁ।
ଭଲ କାର୍ଯ୍ୟ | ଭଲ କାର୍ଯ୍ୟ ନୁହେଁ |
---|---|
ଲିଖିତ ଜପ | ଅନାବଶ୍ୟକ କଥାକୁ କାନ୍ଥରେ ଲେଖିବା ବା ଗାରେଇବା |
ଅନ୍ୟମାନଙ୍କ ସହ ଜିନିଷ ବାଣ୍ଟିବା | ଅନ୍ୟର ଜିନିଷକୁ ତାଙ୍କର ଅନୁମତି ବିନା ନେବା |
ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ତାଳି ମାରିବା | ଅନ୍ୟମାନେ ପଡିଗଲେ ତାଳି ମାରିବା ଓ ହସିବା |
ଅନ୍ୟକୁ ସାହାଯ୍ୟ କରିବା | ଅନ୍ୟକୁ ଆଘାତ ଦେବା ବା ଚିମୁଟିବା |
ବିଦ୍ୟାଳୟରେ/ବାଳବିକାଶ ଶ୍ରେଣୀରେ ପାଠ ଲିପିବଦ୍ଧ କରିବା | ପରୀକ୍ଷାରେ କପି କରିବା |
ମାଆଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବା | ଖାଦ୍ୟ ନଷ୍ଟ କରିବା ଓ ଫୋପାଡ଼ିବା |
ଗଛରେ ପାଣି ଦେବା | ଆବଶ୍ୟକତା ନଥାଇ ଫୁଲ ଓ ପତ୍ର ତୋଳିବା |
ମୂଲ୍ୟବୋଧ ଶିକ୍ଷା:
ସର୍ବଦା ଭଲ କର
ସୁକାର୍ଯ୍ୟ ଆମକୁ ଭଗବାନଙ୍କ ନିକଟତର କରେ।
ସର୍ବଦା ତୁମ ହାତକୁ ଗଠନ ମୂଳକ କାର୍ଯ୍ୟରେ ଓ ଅନ୍ୟକୁ ସାହାଯ୍ୟ କରିବା ନିମନ୍ତେ ବ୍ୟବହାର କର।