କରାଗ୍ରେ ବସତେ ଶ୍ଳୋକ – କାର୍ଯ୍ୟାବଳୀ

Print Friendly, PDF & Email
କାର୍ଯ୍ୟାବଳୀ ଦୃଷ୍ଟାନ୍ତ
  1. ପିଲାମାନଙ୍କୁ କୁହନ୍ତୁ ହାତ ଦ୍ବାରା କରାଯାଉଥିବା ବିଭିନ୍ନ କାର୍ଯ୍ୟର ଏକ ସୂଚୀ ତିଆରି କରିବେ।
  2. ସେମାନଙ୍କୁ କୁହନ୍ତୁ ସେହି କ୍ରିୟାକଳାପ ଗୁଡ଼ିକ ‘ଭଲ’ ବା ‘ଭଲ ନୁହେଁ’ ସେହି ଅନୁସାରେ ବର୍ଗୀକରଣ କରିବେ।
  3. ପ୍ରତ୍ୟେକ କାର୍ଯ୍ୟକୁ ଛୋଟ ଛୋଟ କାଗଜ ଖଣ୍ଡରେ ଲେଖନ୍ତୁ ଓ ସେଗୁଡିକୁ ଭଙ୍ଗିଦିଅନ୍ତୁ । ସେହି କାଗଜଗୁଡ଼ିକ ଗୋଟେ ବାକ୍ସରେ ରଖି ମିଶାଇ ଦିଅନ୍ତୁ।
  4. ପ୍ରତ୍ୟେକ ପିଲାକୁ ବାକ୍ସରୁ ଗୋଟେ ଚିଟ୍ ଉଠେଇବାକୁ କୁହନ୍ତୁ।
  5. ପିଲାଟି ଦ୍ବାରା ଉଠାଯାଇଥିବା ଚିଟ୍ ରେ ଯଦି ଭଲ କାର୍ଯ୍ୟ, ଲେଖା ଥାଏ, ତେବେ ପିଲାଟିକୁ ଶ୍ରେଣୀରେ ଥିବା ସ୍ବାମୀଙ୍କ ଆସନ ନିକଟରେ ଛିଡା ହେବାକୁ କୁହନ୍ତୁ।
  6. ପିଲାଟି ଯଦି “ଭଲ ନୁହେ” ବର୍ଗ ରୁ ଚିଟ୍ ଟି ଉଠଏ ତାକୁ କୋଠରୀର ଶେଷରେ ସ୍ବାମୀଙ୍କ ଆସନ ଠାରୁ ଦୂରରେ ଛିଡ଼ା ହେବାକୁ କୁହନ୍ତୁ।
ଭଲ କାର୍ଯ୍ୟ ଭଲ କାର୍ଯ୍ୟ ନୁହେଁ
ଲିଖିତ ଜପ ଅନାବଶ୍ୟକ କଥାକୁ କାନ୍ଥରେ ଲେଖିବା ବା ଗାରେଇବା
ଅନ୍ୟମାନଙ୍କ ସହ ଜିନିଷ ବାଣ୍ଟିବା ଅନ୍ୟର ଜିନିଷକୁ ତାଙ୍କର ଅନୁମତି ବିନା ନେବା
ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ତାଳି ମାରିବା ଅନ୍ୟମାନେ ପଡିଗଲେ ତାଳି ମାରିବା ଓ ହସିବା
ଅନ୍ୟକୁ ସାହାଯ୍ୟ କରିବା ଅନ୍ୟକୁ ଆଘାତ ଦେବା ବା ଚିମୁଟିବା
ବିଦ୍ୟାଳୟରେ/ବାଳବିକାଶ ଶ୍ରେଣୀରେ ପାଠ ଲିପିବଦ୍ଧ କରିବା ପରୀକ୍ଷାରେ କପି କରିବା
ମାଆଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବା ଖାଦ୍ୟ ନଷ୍ଟ କରିବା ଓ ଫୋପାଡ଼ିବା
ଗଛରେ ପାଣି ଦେବା ଆବଶ୍ୟକତା ନଥାଇ ଫୁଲ ଓ ପତ୍ର ତୋଳିବା
ମୂଲ୍ୟବୋଧ ଶିକ୍ଷା:

ସର୍ବଦା ଭଲ କର

ସୁକାର୍ଯ୍ୟ ଆମକୁ ଭଗବାନଙ୍କ ନିକଟତର କରେ।

ସର୍ବଦା ତୁମ ହାତକୁ ଗଠନ ମୂଳକ କାର୍ଯ୍ୟରେ ଓ ଅନ୍ୟକୁ ସାହାଯ୍ୟ କରିବା ନିମନ୍ତେ ବ୍ୟବହାର କର।