ଓଁ ସହନାୱୱତୁ ଶ୍ଳୋକ
Tricolor Indian Flag – Activity
କାର୍ଯ୍ୟଟିର ଉଦ୍ଦେଶ୍ୟ
ଗ୍ରୁପ -୧ ର ପିଲାମାନଙ୍କୁ ବୁଝାଇବା ଯେ ଆମେ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ ଏବଂ ଯଦି ଆମେ ଦଳଗତ ଭାବରେ କର୍ଯ୍ୟକରୁ ଓ ପରସ୍ପରର ଆବଶ୍ୟକତାକୁ ଦୃଷ୍ଟିରେ ରଖୁ, ତେବେ ଯାଇଁ ଆମେ ଅଗ୍ରଗତି କରିପାରିବା।
ଆବଶ୍ୟକ ସାମଗ୍ରୀ
ଚାର୍ଟ କାଗଜପତ୍ର, କଇଁଚି, ରଙ୍ଗ ପେନସିଲ, ପେନସିଲ ଲିଭାଇବା ରବର, ଗୋଟେ ବାଡ଼ି ଓ ଅଠା।
ପ୍ରଣାଳୀ:
- ପିଲାମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରନ୍ତୁ|
- ଉପରୋକ୍ତ ସାମଗ୍ରୀ ଗୁଡିକୁ ଦୁଇ ଦଳ ମଧ୍ୟରେ ବାଣ୍ଟି ଦିଅନ୍ତୁ| ଯଦି ଶ୍ରେଣୀରେ ଅଧିକ ପିଲା ଥାଆନ୍ତି, ଗୁରୁମାନେ ସେମାନଙ୍କୁ ନେଇ ଅନେକ ଦଳ କରିପାରନ୍ତି| କୌଣସି ଦଳ ଯେମିତି ସମସ୍ତ ସାମଗ୍ରୀ ନ ପାଇଯାଆନ୍ତି, ସେଥିପ୍ରତି ଯତ୍ନବାନ ହେବା ଉଚିତ୍| ଉଦାହରଣ ସ୍ୱରୂପ, ବାଳକମାନଙ୍କ ଦଳକୁ କମଳା ରଙ୍ଗର ପେନସିଲ, ଚାର୍ଟ, କଇଁଚି, ପେନସିଲ ଏବଂ ବାଳିକାମାନଙ୍କ ଦଳକୁ ସବୁଜ ରଙ୍ଗର ପେନସିଲ, ପେନସିଲ, ଚାର୍ଟ ଓ ଅଠା ଦିଆଯାଇପାରେ|
- ପିଲାମାନଙ୍କୁ ବୁଝେଇ ଦିଅନ୍ତୁ ଯେ, ପ୍ରତ୍ୟେକ ଦଳ ଚାର୍ଟ କାଗଜରେ ଭାରତୀୟ ପତାକା ଅଙ୍କନ କରି ଏହାକୁ ରଙ୍ଗ ଦେବେ ଓ ବାଡ଼ିରେ ସଂଲଗ୍ନ କରିବେ ।
- ପ୍ରାରମ୍ଭରେ ଦଳର ପିଲାମାନେ ଅଭିଯୋଗ କରିପାରନ୍ତି ଯେ ସେମାନଙ୍କ ନିକଟରେ ଆବଶ୍ୟକୀୟ ସାମଗ୍ରୀ ନାହିଁ| ଉଦାହରଣ- ବାଳକମାନଙ୍କ ଦଳ କହିପାରନ୍ତି ଯେ ସେମାନଙ୍କର ସବୁଜ ରଙ୍ଗର ପେନସିଲ, ଅଠା ଇତ୍ୟାଦି ନାହିଁ ଏବଂ ବାଳିକାମାନଙ୍କ ଦଳ କହିପାରନ୍ତି ଯେ ସେମାନଙ୍କ ପାଖରେ କମଳା ରଙ୍ଗର ପେନସିଲ, କଇଁଚି ଇତ୍ୟାଦି ନାହିଁ| ପିଲାମାନଙ୍କୁ ଅନ୍ୟ ଦଳ ସହିତ ସାମଗ୍ରୀ ବାଣ୍ଟିବାକୁ ଅନୁମତି ଦିଆଯାଉ| ପରନ୍ତୁ, ଗୁରୁମାନେ ସ୍ପଷ୍ଟରୂପେ ଉଲ୍ଲେଖ କରିବା ଉଚିତ ନୁହେଁ ଯେ ସେମାନେ ଅନ୍ୟ ଦଳସହ ସାମଗ୍ରୀ ବାଣ୍ଟି ପାରିବେ, କିନ୍ତୁ ଉଭୟ ଦଳର ଆଚରଣକୁ ଅନୁଧ୍ୟାନ କରିବା ଉଚିତ୍| ସବୁ ପିଲାମାନେ ଯେପରି ଏହି କାର୍ଯ୍ୟରେ ଜଡିତ ରହିବେ, ଗୁରୁମାନେ ତାହା ଦେଖିବା ମଧ୍ୟ ଉଚିତ୍|
- ପିଲାମାନଙ୍କୁ ସମ୍ପୂର୍ଣ ହୋଇଥିବା ତ୍ରିରଙ୍ଗା ପତାକାକୁ ଦାଖଲ କରିବାକୁ ଓ ଦଳଗତ ଭାବେ ଜାତୀୟ ସଙ୍ଗୀତ ଗାନ କରିବାକୁ କୁହନ୍ତୁ |
ଆଲୋଚନା ନିମିତ୍ତ ସମ୍ଭାବିତ ପ୍ରଶ୍ନାବଳୀ:
- ପିଲାମାନଙ୍କୁ ପଚାରନ୍ତୁ ଅନ୍ୟମାନଙ୍କୁ ଜିନିଷ ବାଣ୍ଟି ସେମାନେ ଖୁସି ଅନୁଭବ କଲେ କି?
- ପିଲାମାନଙ୍କୁ ପଚାରନ୍ତୁ, ଅନ୍ୟଦଳ ଠାରୁ ଜିନିଷ ନ ମାଗି ସେମାନେ କାର୍ଯ୍ୟଟିକୁ ସମାପ୍ତ କରିପାରିଥାନ୍ତେ କି?
- ସେମାନଙ୍କୁ ପଚାରନ୍ତୁ, ଦଳଗତ ଭାବେ କାମ କରି ସେମାନଙ୍କୁ କେମିତି ଲାଗିଲା| ଅନ୍ୟ ଦଳ ତାର କାର୍ଯ୍ୟ ଶେଷ କରି, ତାଙ୍କୁ ସାମଗ୍ରୀ ଗୁଡିକ ଦେବା ପର୍ଯ୍ୟନ୍ତ ସେମାନେ ଧୈର୍ଯ୍ୟର ସହ ଅପେକ୍ଷା କରିଥିଲେ କି?
- ସେମାନେ ଅନ୍ୟ ଦଳକୁ ସେମାନଙ୍କର ପତାକା ସମ୍ପୂର୍ଣ୍ଣ କରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ କି?
- ସେମାନେ ନମ୍ରତାର ସହ ଅନ୍ୟ ଦଳଠାରୁ ଜିନିଷ ମାଗିଥିଲେ ନା ଦାବୀ କରିଥିଲେ
ନିଷ୍କର୍ଷ
ଗୁରୁମାନେ ମିଳିତ ଭାବରେ କାର୍ଯ୍ୟ କରିବା ଏବଂ ଜୀବନରେ ସଫଳ ହେବା ପାଇଁ ପରସ୍ପରକୁ ସାହାଯ୍ୟ କରିବାର ଗୁରୁତ୍ତ୍ୱ ବର୍ଣ୍ଣନା କରିବା ଉଚିତ୍| ଏହି କାର୍ଯ୍ୟଟିରେ ସାମାନ୍ୟ ପରିବର୍ତ୍ତନ ନିମ୍ନୋକ୍ତ ଭାବେ କରାଯାଇପାରେ-
ଗୁରୁ ନିଜ ପାଖରେ ଏକ ଅତ୍ୟାବଶ୍ୟକ ସାମଗ୍ରୀକୁ ରଖିପାରିବେ, ଉଦାହରଣ ସ୍ୱରୂପ, ଏ କ୍ଷେତ୍ରରେ ଗ୍ଲୁ ବାଡ଼ି ହୋଇପାରେ| ଥରେ ଦଳଗୁଡିକ ସେମାନଙ୍କ କାର୍ଯ୍ୟ ସମାପ୍ତ କଲାପରେ, ଗୁରୁ ଦଳ ଦ୍ବୟର ପତାକାକୁ ଅଠା ସାହାଯ୍ୟରେ ବାଡ଼ିରେ ଲଗାଇବା ପାଇଁ ସେମାନଙ୍କୁ ସାହାଯ୍ୟ କରି ଅନ୍ତିମ ସ୍ପର୍ଶ ପ୍ରଦାନ କରିପାରନ୍ତି| ପରେ ନିମ୍ନୋକ୍ତ ପ୍ରଶ୍ନ ମାନ ଆଲୋଚନା କରାଯାଇପାରେ-
- କାର୍ଯ୍ୟଟିକୁ ଶେଷ କରିବା ନିମନ୍ତେ ଅଠା ଗୁରୁତ୍ତ୍ୱପୂର୍ଣ୍ଣ କି?
- ଗୁରୁଙ୍କ ପାଇଁ କେବଳ ଅଠା ବ୍ୟବହାର କରି ପତାକା ତିଆରି କରିବା ସମ୍ଭବ କି?
ସ୍ଵାମୀ ସଠିକଭାବେ କହିଛନ୍ତି ଯେ – ଇନ୍ଦ୍ରିୟ ଓ ଭାବପ୍ରବଣତାର ପ୍ରଶିକ୍ଷଣ ଏକ ପ୍ରକ୍ରିୟା, ଯେଉଁଥିରେ ଗୁରୁ ଏବଂ ଶିଷ୍ୟ ଉଭୟ ପରସ୍ପରରକୁ ସହଯୋଗ କରିଥାନ୍ତି|
ଗୁରୁମାନେ ଉପରୋକ୍ତ କାର୍ଯ୍ୟଟି ସହିତ ଏହା ବ୍ୟାଖ୍ୟା କରିବା ଉଚିତ୍ ଯେ ସଠିକ ପ୍ରକାରର ଶିକ୍ଷାପାଇଁ ଉଭୟ ଗୁରୁ ଏବଂ ପିଲାମାନଙ୍କୁ ଏକାଠି କାମ କରିବାକୁ ପଡିବ|