Excerpt (s) from Prashanthi Vahini
ପ୍ରଶାନ୍ତି ବାହିନୀରେ ସ୍ଵାମୀ ବୁଝେଇଛନ୍ତି:
ଭଗବାନଙ୍କ କୃପା ପ୍ରାପ୍ତ ହେବାକୁ ହେଲେ ଜଣକୁ ଶାନ୍ତ ରହି ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ। ପ୍ରଶାନ୍ତ ମନୋଭାବ ସାଧନାରେ ସଫଳତା ଆଣି ଦିଏ। ଦିନରାତି ତୁମେ ରତ ଥିବା ଅଭ୍ୟାସ ରେ ଏହି ଶିକ୍ଷାକୁ ଏବଂ ଶାନ୍ତି ମନ୍ତ୍ରକୁ ଯୋଗ କର।
- ଅସତୋ ମା ସଦଗମୟ।
- ତମସୋ ମା ଜ୍ୟୋତିର୍ଗମୟ।
- ମୃତ୍ୟୋର୍ମା ଅମୃତଂ ଗମୟ।
- ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ।
ଏହା ହିଁ ଶାନ୍ତି ମନ୍ତ୍ର। ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା, ବିଭିନ୍ନ ପ୍ରକାରରେ, ଏହି ମନ୍ତ୍ରର ଅର୍ଥ କରାଯାଇଥାଏ। କେହି କେହି ବିସ୍ତୃତ ଭାବେ ଓ କେହି କେହି ସରସ ସୁନ୍ଦର ଭାବେ ଏହାର ବ୍ୟାଖ୍ୟା କରନ୍ତି।
- “ହେ ପ୍ରଭୁ, ସଂସାରିକ ବସ୍ତୁମାନଙ୍କଠୁ ମୁଁ ଯେତେବେଳେ ଆନନ୍ଦ ପାଉଛି, ସେହିସବୁ ଅସତ୍ ବସ୍ତୁକୁ ଭୁଲିଯିବାରେ ମୋତେ ସାହାଯ୍ୟ କରନ୍ତୁ ଏବଂ ମୋତେ ଚିରନ୍ତନ ଆନନ୍ଦର ପଥ ପ୍ରଦର୍ଶନ କରନ୍ତୁ। “ଏହାହିଁ ପ୍ରଥମ ପ୍ରାର୍ଥନା।
- ହେ ପ୍ରଭୁ, ଯେତେବେଳେ ସାଂସାରିକ ବସ୍ତୁ ମୋତେ ଅକର୍ଷିତ କରୁଛି, ସେସବୁର ଅସଲ ସ୍ବରୂପ ସର୍ବବ୍ୟାପକ ଆତ୍ମାକୁ ଅବୃତ୍ତ କରିଥିବା ଅନ୍ଧକାରକୁ ଦୂରୀଭୂତ କରନ୍ତୁ। ଏହା ଦ୍ଵିତୀୟ ପ୍ରାର୍ଥନା।
- ହେ ପ୍ରଭୁ, ଆତ୍ମାର ଔଜଲ୍ୟତା, ଯାହା ପ୍ରତ୍ୟେକ ବସ୍ତୁର ଅନ୍ତର୍ନିହିତ, ଏହି ସଚେତନତାରୁ ଯାତ ଅମରତ୍ଵ ବା ପରମାନନ୍ଦ ପ୍ରାପ୍ତି ନିମନ୍ତେ ମୋତେ କୃପା ପୂର୍ବକ ଆଶୀର୍ବାଦ କରନ୍ତୁ। ଏହା ତୃତୀୟ ପ୍ରାର୍ଥନା।
ଏହା ହିଁ ମନ୍ତ୍ରର ପ୍ରକୃତ ଅର୍ଥ। ପ୍ରକୃତ ଭକ୍ତ ସର୍ବଦା ଭଗବାନଙ୍କଠାରେ ଅବସ୍ଥାନ କରେ। ତା ନିକଟରେ ନିଜର ଭଲ ଓ ମନ୍ଦ ଜାଣିବା ନିମନ୍ତେ ସମୟ ନଥାଏ। ଭଗବତ ପ୍ରାପ୍ତି ହିଁ କେବଳ ଏକ ମାତ୍ର ଭାବନା ଯାହା ତା ମନରେ ଥାଏ। ଉଦାହରଣ ବିନା ତାର ଏହି ସ୍ଵଭାବକୁ ବୁଝିବା କଷ୍ଟକର। ଗୋଟିଏ ଛୋଟ ପିଲା ତା’ର ହଜି ଯାଇଥିବା ମା’ କୁ ଖୋଜିବା ନିମନ୍ତେ ଭୟରେ ‘ଆମ୍ମା, ଆମ୍ମା’ ଚିତ୍କାର କରି ଏପଟେ ସେପଟେ ଦୌଡୁଥାଏ। ମା’ ତାକୁ ହାତରେ ଉଠାଇ ନେଇ କୋଳରେ ବସାଏ। ପିଲା କାନ୍ଦ ବନ୍ଦ କରିଦିଏ ଓ ସମ୍ପୂର୍ଣ୍ଣ ଭୟ ମୁକ୍ତ ହୋଇଯାଏ। କିନ୍ତୁ ପିଲାଟି କ’ଣ ତାର ପୂର୍ବ ଅବସ୍ଥା ଏବଂ ବର୍ତ୍ତମାନର ଅବସ୍ଥା ମଧ୍ୟରେ ପାର୍ଥକ୍ୟ ଜାଣିପାରେ ନା କଳନା କରିପାରେ? ନା। ଏପରି କରିବା ମଧ୍ୟ ଅନାବଶ୍ୟକ। ସେହିପରି ଯିଏ ସର୍ବଦା ପ୍ରଭୁଙ୍କର ସେବା କରିବାକୁ ଚାହେଁ, ସେ ମହାନ ସୁଯୋଗ ଆସିବା ମାତ୍ରେ ସେ ସେହିଥିରେ ହିଁ ବୁଡ଼ିରହେ। ଏପରି ଅବସ୍ଥାରେ ତାକୁ କୌଣସି ଦୁଃଶ୍ଚିନ୍ତା ବା କ୍ଲେଶ ବାଧା ଦେଇପାରେ ନାହିଁ। ଭଗବାନଙ୍କୁ ପ୍ରାପ୍ତି କରିବା ପର୍ଯ୍ୟନ୍ତ କେବଳ କ୍ଲେଶ ଓ ଦୁଃଶ୍ଚିନ୍ତା ତାଙ୍କୁ କଷ୍ଟ ଦିଅନ୍ତି। ତାପରେ ସବୁ ଦୃଷ୍ଟି କେବଳ ସେହି ଅନୁଭୂତି ଆଡକୁ ନିର୍ଦେଶିତ ହୁଏ। ଅତୀତର ସଂଘର୍ଷ ଏବଂ ସବୁ ଦୁଃଖ କଷ୍ଟ ବିସ୍ମରଣ ହୋଇଯାଏ।
[Ref: http://saibaba.was/vahini/prashanthivahini.html]