ପରିଚୟ
ଆମ୍ଭେମାନେ ଦଣ୍ଡାୟମାନ ଥିବା ଅଭୟ ହସ୍ତ ବିଶିଷ୍ଟ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କୁ ଧ୍ୟାନ କରୁ । ଆମ ପ୍ରିୟ ଭଗବାନଙ୍କ ମସ୍ତକକୁ ଆବୃତ୍ତ କରି ରହିଥିବା କୋମଳ କେଶରାଶୀ ଉପରେ ଏକାଗ୍ରତା ବଢାଇବା । ତାଙ୍କ ମୁଖ ମଣ୍ଡଳକୁ ଚାହିଁ ପୁର୍ଣ୍ଣିମାର ଚନ୍ଦ୍ରଭଳି, ନୀଳ ମେଘ ଭିତରୁ ଝୁଲି ରହିଛି ଯେପରି । ତାଙ୍କ ତାରକା ଭଳି ଉଜ୍ଜ୍ୱଳ ଚକ୍ଷୁ ଅତୀବ ଆକର୍ଷଣୀୟ । ତାହା ଉପରେ ଦୃଷ୍ଟିପାତ କଲେ ସିଧା ସଳଖ ତୁମର ହୃଦୟକୁ ସ୍ପର୍ଶ କରିଯାଏ । ଆହୁରି ଅବଲୋକନ କର, ମଧୁର ସ୍ମିତ ହାସ୍ୟ ସେ ବାଦନ କିପରି ଆମ୍ଭମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ତାଙ୍କ ସବଳ ସୃଦୃଢ ସ୍କନ୍ଧ ଆଡ଼କୁ ଚାହିଁଲଣି । ସେ ସ୍କନ୍ଧ ସମସ୍ତ ଲୋକର ଦାୟିତ୍ୱ ବହନ କରେ, ସେ ସ୍କନ୍ଧ ଭକ୍ତ ଜୀବନରେ ଦେଖା ଦେଉଥିବା ସମସ୍ତ ପ୍ରକାର ବିଘ୍ନକୁ ଦୂର କରିଦେଇ ପାରେ ।
ତାଙ୍କ ଦକ୍ଷିଣବାହୁ ଅଭୟ ହସ୍ତ ମୁନ୍ଦ୍ରାରେ ଉଞ୍ଚିତ ହୋଇ ରହିଛି ଆମକୁ ଆଶିଷ ଦେବାକୁ । ଅଭୟ ଅର୍ଥ ‘‘ଭୟ ଶୂନ୍ୟତା’’ ଆମ ପ୍ରଭୁ ତ ସଦା ସର୍ବଦା କହନ୍ତି ‘‘ମୁଁ ଥାଉଁ ଥାଉଁ ଭୟ କାହିଁକି ।’’ ସେ ଆମ୍ଭମାନଙ୍କୁ ଅନୁ ପ୍ରେରିତ କରିବା ପାଇଁ, ପଥ ପ୍ରଦଶ କରିବାପାଇଁ, ଏବଂ ଆମ ଉପରେ ତୀକ୍ଷ୍ମ ଦୃଷ୍ଟି ଦେବା ପାଇଁ ସଦା ସର୍ବଦା ପ୍ରସ୍ତୁତ ଥା’ନ୍ତି । ସେ ସମସ୍ତଙ୍କର ଆଶ୍ରୟ ସ୍ଥଳ ଏବଂ ଦୟାର ସୀମାହୀନ ସାଗର ।
ଶୁଣ, ତାଙ୍କର ମଧୁର କଣ୍ଠ ଆମର କର୍ଣ୍ଣ ଗହ୍ୱରରେ ବାଜି ଯାଉଛି । ସେ କହୁଛନ୍ତି ‘‘ଅସତ୍ ଓ ଅଶୁଭ ପରିହାର କର, ମଙ୍ଗଳପ୍ରଦ ଓ ସତ୍ ଜୀବନ ପ୍ରତି ଅନୁଗତ ରହ । ସତ୍ୟ, ପ୍ରେମ, ଅହିଂସା, ସହନଶୀଳତା, ଧୈର୍ଯ୍ୟ ପ୍ରଭୃତି ଦିବ୍ୟ ଶୁଣାବଳୀ ସୁଖ, ଶାନ୍ତିକୁ ବଞ୍ଚାଇ ରଖନ୍ତି ଓ ତାହାର ପରି ପ୍ରସାର କରନ୍ତି ।
ତାଙ୍କ ଦିବ୍ୟ ପଦ ଯୁଗଳକୁ ଜାବୁଡ଼ି ଧର ତାହା ପାଖରେ ମଥାନୁତ କରି ସେହି ପଦପ୍ରାନ୍ତରରେ ଆସ୍ରୟ ଖୋଜିବା ସହ ପ୍ରାର୍ଥନା କର, ‘ହେ ବିଶ୍ୱାଧାର ଶକ୍ତି ଦିଅନ୍ତୁ। ଯେଉଁ ହସ୍ତ ଆପଣଙ୍କ ପଦ ଯୁଗଳକୁ ଧରି ରହିଛି, କୌଣସି ପରିସ୍ଥିତିରେ ଢିଲା ହୋଇନଯାଉ । ଏ ଯେଉଁ ମଥା ଆପଣଙ୍କ ସଦିଚ୍ଛା ପାଖରେ ମଥାନତ କରିଛି ସେ ମଥା ଅନ୍ୟ କୌଣସି ଅନିଷ୍ଟକାରକ ବସ୍ତୁ ପାଖରେ ମଥାନତ ନକରୁ । ଆପଣଙ୍କ ଚରଣ ଯୁଗଳକୁ ଦର୍ଶନ କରିଥିବା ନୟନ ସେହି ଠାରେ ବିଶ୍ରାମ କରୁ ।
ପ୍ରଭୁ ! ଦୟାକରି ମୋ ଶୂନ୍ୟ ହୃଦୟରେ ବସବାସ କରନ୍ତୁ ଏବଂ ତାହାକୁ ନିଜର ବଳୟର ରୂପ ପ୍ରଦାନ କରନ୍ତୁ, ଯାହାଫଳରେ ସେଠାକୁ ପ୍ରବାହିତ ହେଉଥିବା ରକ୍ତ ସ୍ରୋତ ଆପଣଙ୍କ ଉପସ୍ତିତି ଯୋଗୁଁ ପବିତ୍ର ହୋଇଯାଉ । ତା’ହେଲେ, ମୁଁ ଯାହା ସବୁ ଦେଖୁଛି ମୁଁ ଯେଉଁ କଥାମାନ କହୁଛି, ମୁଁ ଯାହା ଶୁଣୁଛି ଏବଂ ଯେଉଁ ସବୁ କର୍ମ କରୁଛି ସେ ସବୁ ସତ୍ୟ ଶିବ ଓ ସୁନ୍ଦରରେ ପରିଣତ ହେବ ।
- ହେ ପ୍ରଭୁ, ଆମ ମନରେ ତଥା ଆମ ଭାବନାରେ ଥାଆନ୍ତୁ
- ହେ ପ୍ରଭୁ, ଆମ ଚକ୍ଷୁରେ ତଥା ଆମ ଦର୍ଶନରେ ଥାଆନ୍ତୁ
- ହେ ପ୍ରଭୁ, ଆମ କର୍ଣ୍ଣରେ ତଥା ଆମ ଶ୍ରବଣରେ ଥାଆନ୍ତୁ
- ହେ ପ୍ରଭୁ, ଆମ ମୁଖରେ ତଥା ଆମ କଥନରେ ଥାଆନ୍ତୁ
- ହେ ପ୍ରଭୁ, ଆମ ହୃଦୟରେ ତଥା ଆମ କାମନାରେ ଥାଆନ୍ତୁ
- ହେ ପ୍ରଭୁ, ଆମ ଶରୀରରେ ତଥା ଆମ କର୍ମଣୀରେ ଥାଆନ୍ତୁ
ଆମ୍ଭମାନଙ୍କୁ ଆପଣଙ୍କ ପିଲା କରି ଦିଅନ୍ତୁ, ସତ୍ ଓ ନିର୍ମଳ କରି ଦିଅନ୍ତୁ ଫଳରେ ଆମେ ଆପଣଙ୍କୁ ସମସ୍ତଙ୍କ ଠାରେ ଦେଖିବାକୁ ସମର୍ଥ ହେବୁ । ଏହା ହୋଇ ପାରିଲେ ସମଗ୍ର ବିଶ୍ୱ ଆପଣଙ୍କ ମହିମାରେ ପୂର୍ଣ୍ଣ ଥିଲା ଭଳି ଲାଗିବ । କେହି ଆମର ଶତ୍ରୁ ନଥିବେ ଆମେ କାହାକୁ ଇର୍ଷା କରୁ ନଥିବେ ଓ ଆମକୁ କେହି ଈର୍ଷା କରୁ ନଥିବେ ସେମାନେ ତ ଆଉ ସେମାନେ ନୁହନ୍ତି ବରଂ ଆପଣ ଆମ୍ଭେ ମାନେ ମଧ୍ୟ ଆମେ ନୋହୁଁ, ଆପଣ । ଆପଣ ଆମର ଏବଂ ଆମେ ଆପଣଙ୍କର ।
-ଜୟ ସାଇରାମ-